ଉଦଳା-୧: ଦିନ ଦ୍ୱିପ୍ରହରରେ ମଦ ଦୋକାନ ସମ୍ମୁଖରେ ଜଣେ ପୁଲିସ୍ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ପଡ଼ିରହିଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପୁଲିସ୍ କର୍ମଚାରୀଜଣକ ହେଉଛନ୍ତି ଉଦଳା ଥାନା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଈଶ୍ୱରଚନ୍ଦ୍ର ମହାନ୍ତ। ଆଜି ଦ୍ୱିପ୍ରହର ସମୟରେ ଉଦଳା-କପ୍ତିପଦା ମୁଖ୍ୟରାସ୍ତାର ଏକ ବାଇକ୍ ସୋ’ ରୁମ୍ ନିକଟ ମଦ ଦୋକାନ ସମ୍ମୁଖରେ ଶ୍ରୀ ମହାନ୍ତ ନିଶାସକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Advertisment

ଘଟଣାସ୍ଥଳରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଶ୍ରୀ ମହାନ୍ତଙ୍କୁ ପଚରାଉଚରା କରିଥିଲେ। ଘଟଣାସ୍ଥଳରୁ ପଳାଇବା ପାଇଁ ଶ୍ରୀ ମହାନ୍ତ ଚେଷ୍ଟା କରିଥିଲେ ସୁଦ୍ଧା ପ୍ରଚୁର ମଦ୍ୟପାନ କରିଥିବାରୁ ନିଜ ବାଇକ୍ ଚଳାଇବାକୁ ବି ସକ୍ଷମ ହୋଇନଥିଲେ। ଫଳରେ ସେଠାରେ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ପଳାଇଥିଲେ। ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି କପ୍ତିପଦା ଉପଖଣ୍ଡ ପୁଲିସ୍ ଅଧିକାରୀ ସାର୍ଥକ ରାୟ। ଏ ସଂକ୍ରାନ୍ତରେ ଏସ୍‌ପିଙ୍କ ନିକଟକୁ ରିପୋର୍ଟ ପଠାଯିବ ବୋଲି ଶ୍ରୀ ରାୟ କହିଛନ୍ତି।