ପୁରୀ : ଗୁରୁବାର ଦିନ ରଥଖଳାରେ ତିନିରଥର ୪୪ଟି ଯୋଖା ରଥ ଚତୁଃପାର୍ଶ୍ବ କୋଣମାନଙ୍କରେ ସଂଯୋଗ ହୋଇଥିଲା। ଶୁକ୍ରବାର ଦିନ ମହାରଣା ସେବକ ଓ ଭୋଇ ସେବକଙ୍କ ସହଯୋଗରେ ତିନିରଥର ପ୍ରଥମ ‘ଭୂଇଁ ଫ୍ରେମ୍’ ନିର୍ମାଣ ଶେଷ ହୋଇଛି। ନମ୍ବରିଂ ପରେ ପ୍ରଥମ ଭୂଇଁ ଫ୍ରେମ୍କୁ ଖୋଲାଯାଇ ତିନିରଥ ନିକଟରେ ଭୋଇ ସେବକମାନେ ସାଇତି ରଖିଛନ୍ତି। ଏହି ପ୍ରଥମ ଭୂଇଁରେ ପ୍ରତିପାର୍ଶ୍ବରୁ ୬ଟି ଓରା ଓ ୪ଟି ଖମ୍ବି ସଂଯୋଗ ହୋଇଛି। ଏଭଳି ଚାରିପାର୍ଶ୍ୱରେ ୨୪ଟି ପାଖୁଡା ଓ ୧୬ଟି ଛିଆଣ, ପାଖୁଡାକୁ ଧରି ରଖିବା ପାଇଁ ୨୪ଟି ଭୂଇଁ ଖମ୍ବି ସଂଯୋଗ ହୋଇଛି। ଏଥିସହ ଭୂଇଁର ମଧ୍ୟ ଭାଗରେ ‘କନକମୁଣ୍ଡି’ ପାଇଁ କନକମୁଣ୍ଡି ପଟା ଚାରିଟି ବର୍ଗାକାର ଭାବେ ପ୍ରସ୍ତୁତ ହୋଇଛି। ଏହାପରେ ‘କନକମୁଣ୍ଡି’ ଓ ‘କନକମୁଣ୍ଡି କାଣ୍ଡ’ ପ୍ରଥମ ଭୂଇଁ ପଡ଼ିଲା ପରେ ନିର୍ମାଣ ହୋଇ ସଂଯୋଗ ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us