ଅପରାଜିତାଙ୍କ ପୁରୀ ଗସ୍ତ ପରେ ବିବାଦ ବଢ଼ୁଛି, ଅପରାଜିତା ସୋ’ବାଜି କରୁଛନ୍ତି: ପ୍ରମିଳା ମଲ୍ଲିକ

ସବୁ ନିୟମ ଅନୁସାରେ ହେବା ଦରକାର: ଜୟନ୍ତ ଷଡ଼ଙ୍ଗୀ

ଭୁବନେଶ୍ବର: ପ୍ରଶାସନର ବାରଣ ସତ୍ତ୍ବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପୁରୀରେ ପଦଯାତ୍ରା କରିବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଅପରାଜିତା କେବଳ ସୋ’ ବାଜି କରୁଛନ୍ତି। ଅପରାଜିତାଙ୍କୁ ତାଙ୍କ ଦଳରେ କେହି ସମର୍ଥନ କରୁନାହାନ୍ତି। ସରକାରୀ ଅଧିକାରୀ ମନା କରିବା ସତ୍ତ୍ବେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା। ସେ କେବଳ ନିଜର ପ୍ରଚାର ପ୍ରସାର କରିବାକୁ ଚାହୁଁଛନ୍ତି। ଅପରାଜିତା ରାଜନୀତିକୁ ନୂଆ ଆସିଛନ୍ତି, ସୋ’ ବାଜି ଯଦି କରିବେ ସେ ତିଷ୍ଠି ପାରିବେନି। ବେଆଇନ ହେଉଛି କି ଆଇନ୍ ଭାବେ ହେଉଛି ତାହା ପ୍ରଶାସନ ବୁଝିସୁଝି କରୁଛି। ନବୁଝି କୌଣସି କାର୍ଯ୍ୟ ହେଉନି। ସେବାୟତ ଓ ଗଜପତି ଠିକ୍ କାର୍ଯ୍ୟ ହେଉଛି ବୋଲି କହୁଛନ୍ତି। କିନ୍ତୁ ଏକା ଅପରାଜିତା‌ କହୁଛନ୍ତି ଭୁଲ୍‌ ହେଉଛି। ତାଙ୍କ ସହ ଦଳ ନାହିଁ କି ଦଳ ତାଙ୍କୁ ସମର୍ଥନ କରୁନଥିବା ତାଙ୍କ ଦଳୀୟ ନେତା କହୁଛନ୍ତି।

ବିଜେପିର କୌଣସି ନେତା ଏପର୍ଯ୍ୟନ୍ତ ଅପରାଜିତାଙ୍କ ସପକ୍ଷରେ କି ବିପକ୍ଷରେ ପଦଟିଏ କହିନଥିବାବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ (ବିଜେପି) କହିଛନ୍ତି ଯେ କାଲି ଅପରାଜିତା ଦର୍ଶନ ପାଇଁ ଯାଇଥିଲେ। ବିକାଶକୁ କେହିବି ବିରୋଧ କରୁନାହାନ୍ତି। ହେଲେ ସବୁକିଛି ନିୟମ ଅନୁସାରେ ହେବା ଦରକାର। ବିକାଶକୁ ନେଇ ରାଜନୀତି କରାନଯାଉ। ଅନୁମତିକୁ ନେଇ ବିବାଦ ଦେଖାଦେଇଛି । ଅନୁମତି ଆଣିବା ରାଜ୍ୟ ସରକାରଙ୍କ ଦାୟିତ୍ୱ, କେନ୍ଦ୍ରଠୁ ଅନୁମତି ଆଣିବା ଦରକାର। କୌଣସି ବଡ଼ କାମ ହେଉନାହିଁ। ନିଅଁ ଖୋଳା ଚାଲିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ ହେଉଛି। ଏଏସ୍‌ଆଇ କ’ଣ କାମ ହେଉଛି ସବୁ ଜାଣିଛି। ଏଏସ୍‌ଆଇ ହିଁ ବଦମାସୀ କରୁଛି।

ସମ୍ବନ୍ଧିତ ଖବର