ଭୁବନେଶ୍ବର : ନିରନ୍ତର ବିକାଶ ହିଁ ଆମ ସରକାରର ମୂଳମନ୍ତ୍ର। ଓଡ଼ିଶାର ରୂପାନ୍ତରଣରେ ପ୍ରତିଟି ଓଡ଼ିଆଙ୍କର ଭାଗିଦାରୀର ଆବଶ୍ୟକତା ରହିଛି। ଆମେ ଏହି ଯାତ୍ରାରେ ସମସ୍ତଙ୍କୁ ସାମିଲ କରି ଆଗକୁ ବଢ଼ୁଛୁ। ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।
ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାରେ ବିଭିନ୍ନ କ୍ଷେତ୍ରର ବ୍ୟାପକ ପରିବର୍ତ୍ତନ ଆସିଛି। ଖାଦ୍ୟ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି। ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତୀକରଣ, ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, ସ୍ମାର୍ଟ ସ୍କୁଲ ଜରିଆରେ ଓଡ଼ିଶା ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛି। ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ବି ଏକାଧିକ ପଦକ୍ଷେପ ହାତକୁ ନିଆଯାଇଛି। ୧୦ ବର୍ଷ ପୂର୍ବେ କେହି ବି ଭାବି ପାରିନଥିଲେ କି ଦିନେ ଓଡ଼ିଶା ହକି ବିଶ୍ବକପ୍ ଆୟୋଜନ କରିବ। ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ଯେଉଁଥିପାଇଁ ଲଗାତାର ଭାବେ ବିଶ୍ବକପ୍ ହକି ଆୟୋଜନ କରିଛି ଓଡ଼ିଶା। ଆମ ସରକାର ପ୍ରତିଟି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କେବେ ପଛଘୁଞ୍ଚା ଦିଏନାହିଁ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢ଼ିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/DSC_6720.jpg)