ବିଧାନସଭା ପାଇଁ କରୋନା ପରୀକ୍ଷା ଆରମ୍ଭ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା ହେଲା ଯୋଗାଯୋଗ ଅଧିକାରୀ

ଭୁବନେଶ୍ବର : ଆସନ୍ତା ୨ତାରିଖରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ବିଧାନସଭାକୁ କରୋନା ଭୟ ଥିବାରୁ ବୁଧବାରଠାରୁ ମନ୍ତ୍ରୀ, ବିଧାୟକ, ପିଏସ୍‌ଓ ଓ ଡ୍ରାଇଭରଙ୍କ କରୋନା ପରୀକ୍ଷା ଆରମ୍ଭ ହୋଇଛି। ଆହୁରି ୨ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ, ଔଷଧ ନିଗମ, ଆରଏମ୍‌ଆରସିର ନିର୍ଦେଶକ ଓ ବିଏମ୍‌ସି କମିସନରଙ୍କୁ ଚିଠି ଲେଖାଯାଇଛି।

ସକାଳ ସାଢ଼େ ୮ଟାରୁ ମଧ୍ୟାହ୍ନ ୧.୩୦ ଓ ଅପରାହ୍‌ଣ ୩ଟାରୁ ୫ଟା ପରୀକ୍ଷା କରାଯିବ। ସମସ୍ତ ପିଏସ୍‌ଓ, ଡ୍ରାଇଭର, ବିଧାନସଭାର ସମସ୍ତ କର୍ମଚାରୀଙ୍କ ଆରଟି-ପିସିଆର ପରୀକ୍ଷା ୧ଜୁଲାଇ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଏହା ଚାଲିବ। ଅଧିବେଶନ ଶେଷ ହେବା ପରେ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ ମଧ୍ୟ କ‌ରୋନା ପରୀକ୍ଷା ହେବ। ବିଧାନସଭା ଚାଲିଥିବା ସମୟରେ କୌଣସି ସଦସ୍ୟ ଅସୁସ୍ଥ ଅନୁଭବ କଲେ ତାଙ୍କର ଆଣ୍ଟିଜେନ୍ ପରୀକ୍ଷା ସହିତ ସଦସ୍ୟମାନଙ୍କୁ କରୋନା କିଟ୍‌ ପ୍ରଦାନ କରାଯିବ। ସେହିପରି ଆଜିଠାରୁ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଏକ ଡାକ୍ତରୀ ଦଳ ବିଧାନସଭାରେ ଉପସ୍ଥିତ ରହିବେ।
ସେହିପରି ବିଧାନସଭା ଚାଲିଥିବା ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌ଯୋଗା‌ଯୋଗ ଅଧିକାରୀ ଘୋଷଣା କରାଯାଇଛି। ଅତିରିକ୍ତ ସଚିବ ଅଶୋକ କୁମାର ରଥଙ୍କ ବିଧାନସଭା ସଚିବାଳୟ ସହିତ ଯୋଗାଯୋଗରେ ରହିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର