ବନ୍ତଳା: କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟବହତା ଯୋଗୁ ନିଜ ରକ୍ତ ସର୍ମ୍ପକୀୟ ଲୋକେ ମଧ୍ୟ ପର ସାଜିଛନ୍ତି। ସାଧାରଣ ଭାବେ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ସମ୍ପର୍କୀୟ ଲୋକେ ଆତଙ୍କିତ ହୋଇ ମୃତକଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ପାଖ ମାଡୁ ନଥିଲେ। ଏଭଳି ଏକ ସ୍ପର୍ଶକାତର ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ବ୍ଲକ ରନ୍ତଲେଇ ଗ୍ରାମରେ।
ପ୍ରାପ୍ତ ସୂଚନା ଅନୁଯାୟୀ ରନ୍ତଲେଇ ଗ୍ରାମର ହେମନ୍ତ ବେହେରା(୫୫) ଙ୍କ ଆଜି ଦିନ ପ୍ରାୟ ପ୍ରାୟ ୧୧ଟା ବେଳେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କରୋନା ରୋଗ ହୋଇଥିବା ଭାବି ଗ୍ରାମର କୌଣସି ବ୍ୟକ୍ତି ଶବ ପାଖକୁ ଯାଇନଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ ବେହେରା ଖବର ପାଇ ଘଟଣାସ୍ଥଳ ରେ ପହଂଚିବା ସହ ଶବ ସତ୍କାର କରିବାର ବ୍ୟବସ୍ଥା କରିଥିଲେ। ତେବେ ଏଭଳି ମହତ କାର୍ଯ୍ୟରେ ସରପଞ୍ଚଙ୍କ ଶହ ଚଗଲା ବେହେରା, ଅନି ସାହୁ, ମାନସ ବିଶ୍ୱାଳ, ନକୁଳ ବେହେରା,ଶ୍ରବଣ ବେହେରା, ସଚିନ ସାହୁ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/f4h9s4fh984sfhfshhhhhhhhhhhhhhhhhhhhhhh.jpg)