ସମ୍ବଲପୁର : ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ହେଁ ସମ୍ବଲପୁର ଓକିଲ ସଂଘର ସବୁ ସଦସ୍ୟଙ୍କୁ ସସ୍ପେଣ୍ଡ କରାଯିବା କାରଣରୁ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଜାରି ରହିଛି। ବୁଧବାର ଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୋର୍ଟ କାମରେ ଆସିଥିବା ଲୋକେ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଛନ୍ତି।
ସମ୍ବଲପୁର ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର କହିଛନ୍ତି ଯେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ବାଟ ବନ୍ଦ ହୋଇନାହିଁ। ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ଏହାର ସମ୍ଭବ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ। ସ୍ବତନ୍ତ୍ର ଅାଇନ୍ ପ୍ରଣୟନ ଜରିଆରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ହୋଇପାରିବ।