ଡିସେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ

କଟକ : ଶନିବାର ଅଦାଲତ ବନ୍ଦ ରହିବ। ଡିସେମ୍ବର ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୮ରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ମାସର କାର୍ଯ୍ୟଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବ୍‌ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସଂପର୍କିତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର