ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ଟିକାକରଣ ଶେଷ ହୋଇଛି। ଆଉ ମାତ୍ର ୧୦ ଡୋଜ୍ ପରେ ଟିକାକରଣକୁ ବନ୍ଦ କରି ଦିଆଯିବ। ଗତ ୨ମାସ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ବନ୍ଦ ହୋଇଯାଇଥିବା ବେଳେ ଲୋକମାନେ ମଧ୍ୟ ଟିକା ନେବାକୁ ଆସୁ ନାହାନ୍ତି। ଦେଶର ଅନେକ ରାଜ୍ୟରେ କୋଭିଡ୍ ଟିକାକରଣ ଶେଷ ହୋଇଗଲାଣି। ତେଣୁ ଖୁବଶୀଘ୍ର ଏହି ତାଲିକାରେ ଓଡ଼ିଶା ମଧ୍ୟ ସାମିଲ ହେବାକୁ ଯାଉଛି।
ଗତବର୍ଷ ଜାନୁଆରି ୧୬ତାରିଖରେ ଦେଶ ତଥା ରାଜ୍ୟରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇଥିଲା। ପର୍ଯ୍ୟାୟକମେ ଅନ୍ୟମାନଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୩,୫୨,୪୯,୪୫୭ଜଣ ବା ୯୭ ପ୍ରତିଶତ ପ୍ରଥମ ଡୋଜ୍ ନେଇଥିବା ବେଳେ ୩,୩୦,୦୦,୦୦୯ଜଣ ବା ୯୧ ପ୍ରତିଶତ ନିଜର ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୧,୩୧,୮୯,୨୫୯ଜଣ ବା ୪୦ ପ୍ରତିଶତ ଲୋକ ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି। ସମୁଦାୟ ଭାବେ ରାଜ୍ୟରେ ୮,୧୪,୩୮,୭୨୫ ଡୋଜ୍ ଟିକା ଦିଆଯାଇଛି।
ରାଜ୍ୟ କୋଭିଡ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଆଉ କୋଭାକ୍ସିନ୍ର ୧୦ଡୋଜ୍ ବା ଗୋଟିଏ ଭାଏଲ ଟିକା ରହିଛି। ଯାହାକି କେବଳ ରାୟଗଡ଼ା ଜିଲ୍ଲାରେ ଦିଆଯିବ। ଆସନ୍ତାକାଲି ପରଠାରୁ ରାଜ୍ୟରେ କୋଭିଡ ଟିକାକରଣ ସଂପୂର୍ଣ୍ଣ ବନ୍ଦ ହେବ। କୋଭିସିଲ୍ଡ ଓ କର୍ବିଭାକ୍ସ ଟିକା କେବେଠାରୁ ଶେଷ ହୋଇଗଲାଣି। ଅକ୍ଟୋବର ୧୨ତାରିଖ ପରେ କେନ୍ଦ୍ର ସରକାରଙ୍କଠାରୁ ଆଉ କୌଣସି ଟିକା ରାଜ୍ୟକୁ ଦିଆଯାଇ ନ ଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/vaccine-1.jpg)