ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥ ସେବା କାଗଜକଳ କାର୍ଯ୍ୟରତ କର୍ମଚାରୀଙ୍କୁ ସବୁ ମାସରେ ସଂପୁର୍ଣ୍ଣ ଦରମା ଓ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ବକେୟା ଦରମା, ପ୍ରଭିଡେଣ୍ଟ ଫଣ୍ଡ ଟଙ୍କା ଆଦି ସମସ୍ୟାକୁ ନେଇ ଆଜି ସିପିଆଇ ଜିଲ୍ଲା ସଂପାଦକ ଯୁଧିଷ୍ଠିର ରାଉଳ ଓ ରାମକୃଷ୍ଣ ଦାସ ଜିଲ୍ଲାପାଳ ମହମ୍ମଦ ଆବଦାଲ ଆକ୍ତରଙ୍କୁ ଭେଟିଛନ୍ତି। ପୂର୍ବରୁ କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଗତ ଡିସେମ୍ବର ୯ ତାରିଖରେ ମ୍ୟାନେଜମେଣ୍ଟ, ଶ୍ରମିକ ସଂଗଠନ, ଶ୍ରମ ବିଭାଗ ର ମିଳିତ ବୈଠକ ଡାକିଥିଲେ। ତେବେ ଏଭଳି କେଉଁ ପରିସ୍ଥିତି ଉପୁଜିଲା ଯେ ଶେଷ ମୁହୁର୍ତ୍ତ ରେ ସ୍ଥଗିତ ରଖିବାକୁ ଶ୍ରମ ବିଭାଗ ଜରିଆରେ ଜଣାଇଲେ ବୋଲି ସିପିଆଇ ନେତା ମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।
ପରବ ଲୋକ ମହୋତ୍ସବ ଥିବାରୁ ଏହି ବୈଠକ ହୋଇ ପାରିନଥିଲା। କାଗଜକଳ ଘରୋଇ କଂପାନୀ ହୋଇଥିବାରୁ ସେ ସମସ୍ୟା ସମାଧାନ ଦିଗରେ ଠିକେ ସମସ୍ୟା ହେଉଛି, ବୋଲି କହିଥିବା କହିଛନ୍ତି ଜିଲ୍ଲାସଂପାଦକ। ଆଜି ସିପିଆଇ ନେତା ମାନେ ପଟାଙ୍ଗୀ ଅଭିଯୋଗ ଶୁଣାଣିକୁ ଯାଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ତେବେ ସମସ୍ୟାର ସମାଧାନ ନ ହେଲେ ସିପିଆଇ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସଂପାଦକ ଶ୍ରୀରାଉଳ ଚେତାବନୀ ଦେଇଛନ୍ତି।