ବିଇଓଙ୍କୁ ଅସମ୍ମାନିତ କରି ସିଆର୍‌ସିସି ନିଲମ୍ବିତ

କୋରେଇ: କୋରେଇ ଶିକ୍ଷା ମଣ୍ତଳର ଅଧିକାରୀଙ୍କୁ ଭର୍ଚୁଆଲ୍ ବୈଠକରେ ଅସମ୍ମାନ କରିବା ଯୋଗୁ ସୋତି କ୍ଲଷ୍ଟରର ସିଆରସିସି ପ୍ରଶାନ୍ତ ବହେରାଙ୍କୁ ନିଲମ୍ବନ କରାଯାଇଛି। ଚଳିତ ମାସ ୬ତାରିଖରେ କୋରେଇ ବିଇଓ ସୁଦର୍ଶନ ମଲିକ ମଧ୍ୟାହ୍ନ ଭୋଜନ ସଂପର୍କରେ ସମସ୍ତ ସିଆରସିସିଙ୍କୁ ନେଇ ଭର୍ଚୁଆଲ ବୈଠକ କରିଥିଲେ।

ବୈଠକରେ ସୋତି କ୍ଲଷ୍ଟର ଅନ୍ତର୍ଗତ ଏକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ସମ୍ପର୍କରେ ସିଆରସିସି ପ୍ରଶାନ୍ତ ବେହେରା ଆଲୋଚନା କରିଥିଲେ। ଆଲୋଚନା ସମୟରେ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ ଦେଇଥିବା ଉତ୍ତରରେ କ୍ଷୁବ୍ଧ ହୋଇ ସୋତି ସିଆରସିସି ଶ୍ରୀ ବେହେରା ଅଧିକାରୀଙ୍କୁ ଅସମ୍ମାନିତ କରିଥିଲେ। ଅନ୍ୟପଟେ ଅଭିଯୋଗକୁ ଖଣ୍ତନ କରିଛନ୍ତି ଶ୍ରୀ ବେହେରା। ଏଭଳି କିଛି ହୋଇନଥିବା କହିଛନ୍ତି ଶ୍ରୀ ବେହେରା। ତେବେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଏପରି ଭାଷା ପ୍ରୟୋଗ କରିବା ଆଇନ ସଙ୍ଗତ ହୋଇନଥିବାରୁ ଶ୍ରୀ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ବିଇଓ ଶ୍ରୀ ମଲିକ କହିଛନ୍ତି।  ନିଲମ୍ବନ ପତ୍ର ଆଜି ଡାକ ଯୋଗେ ସିଆରସିସି ଶ୍ରୀ ବେହରାଙ୍କୁ ପଠାଯାଇଛି।

ସମ୍ବନ୍ଧିତ ଖବର