ଭୁବନେଶ୍ୱର: କଟକ-ପଲାସା-କଟକ ଏକ୍ସପ୍ରେସ(୧୮୪୪୩/୧୮୪୪୪) ସେବାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ପାଇଁ ଥିବା ସେବା, ସ୍ଥିରୀକୃତ ଷ୍ଟେସନ୍ ଓ ସମୟ ସାରଣୀ କଟକ ଓ ପଲାସା ମଧ୍ୟରେ ଉଭୟ ପାର୍ଶ୍ୱରୁ ଅପରିବର୍ତ୍ତିତ ରହିବ। କଟକ-ଗୁଣୁପୁର ଏକ୍ସପ୍ରେସ୍(୧୮୪୪୩) କଟକରୁ ଜୁଲାଇ ୨୦ରୁ ଗୁଣୁପୁର ଯାତ୍ରା କରିବ। ଏହି ଟ୍ରେନ୍ ପଲାସାରେ ପହଞ୍ଚିବା ପରେ ସେଠାରୁ ରାତି ୧୦ଟା ୨୫ରେ ଛାଡ଼ି ରାତି ୧ଟା ୪୫ରେ ଗୁଣୁପୁରରେ ପହଞ୍ଚିବ। ଫେରିବା ମାର୍ଗରେ ଗୁଣୁପୁର-କଟକ ଏକ୍ସପ୍ରେସ୍(୧୮୪୪୪) ଆସନ୍ତା ୨୧ ତାରିଖରୁ ଗୁଣୁପୁରରୁ ରାତି ୨ଟା ୪୫ରେ ଛାଡ଼ି ପଲାସାଠାରେ ଭୋର୍ ୫ଟା ୫୫ରେ ପହଞ୍ଚିବ। ଗୁଣୁପୁର ଓ ପଲାସା ମଧ୍ୟରେ ଏହି ଟ୍ରେନ୍ ପୁଣ୍ଡି, ରୌଥପୁରମ୍, ନୌପଡ଼ା, ଟ୍ୱେକ୍କଲି, ପେଦ୍ଦସନ୍, ତେମ୍ବୁରୁ, ଗାଙ୍ଗୁଭଡ଼ା, ପଥପଟନମ୍, ପାରଳାଖେମୁଣ୍ଡି, ସୀତାପୁରମ୍, ହଡ଼ଭାଙ୍ଗି, କାଶୀନଗର, ଳିହୁରୀ, ବଂଶଧାରା ଓ ପଲାସିଙ୍ଗିଠାରେ ରହଣୀ କରିବ।