ପୁରୀ/ କଟକ-ବିଦ୍ୟାଧରପୁର : ଗୁରୁବାର ଦିନ ପବିତ୍ର ଶ୍ରୀରାମ ନବମୀରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କଟକର ନୂଆପଡ଼ା ଖପୁରିଆସ୍ଥିତ ବନ ଉନ୍ନୟନ ନିଗମ କରତକଳରେ ରଥକାଠ ଚିରଟ ଅନୁକୂଳ ହୋଇଛି। ମୋଟ୍ରେ ୧୫ କ୍ୟୁବିକ ଫୁଟ କାଠ ଚିରଟ କରାଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ନଡ଼ିଆ ଆଦି ଲାଗି ଓ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚିରଟ ଆରମ୍ଭ ହୋଇଛି। ଏହି କାଠ ସବୁ ମହୀପୁର ଦଶପଲ୍ଲା ରେଞ୍ଜ ନୟାଗଡ଼ ବନବିଭାଗରୁ ଆସିଥିବା ବନଖଣ୍ଡୀୟ ଉପ ଅଧିକାରୀ ଆଲୋକ ରଞ୍ଜନ ହୋତା କହିଛନ୍ତି।
/sambad/media/post_attachments/wp-content/uploads/2023/03/p-6-634x430.jpg)
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ପ୍ରାୟ ୯ଟାରେ ରଥ ତତ୍ତ୍ବବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାରଣା, ଭୋଇ ସର୍ଦ୍ଦାର ରବି ଭୋଇ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ, ନଡ଼ିଆ ଆଦି ନେଇ ଖପୁରିଆ ଗସ୍ତ କରିଥିଲେ। ଏହି ପ୍ରତିନିଧି ଦଳ ସେଠାରେ ପହଞ୍ଚି ପୂଜାର୍ଚ୍ଚନା ପରେ ରଥକାଠ ଚିରଟ ଅନୁକୂଳ ହୋଇଛି। ବନ ଅଧିକାରୀ ଶ୍ରୀ ହୋତା କହିଛନ୍ତି ଯେ ପୂର୍ବବର୍ଷର ଧଉରା ଆସନ କାଠ ମିଶି ୨୭୦୮କ୍ୟୁବିକ୍ ଫୁଟ ଗଚ୍ଛିତ ରହିଛି। ଏ ବର୍ଷ ଅସନ ୧୨ଫୁଟ ଲମ୍ବର ୧୪୭ କ୍ୟୁବିକ୍ ଫୁଟ, ୨୦ ଫୁଟ ଲମ୍ବର ୨୮୩୮ କ୍ୟୁବିକ୍ ଫୁଟ, ଧଉରା ୧୨ଫୁଟ ଲମ୍ବର ୨୨୪୫ କ୍ୟୁବିକ୍ ଫୁଟ, ୨୦ ଫୁଟ ଲମ୍ବର ୩୭୫୩ କ୍ୟୁବିକ ଫୁଟ କାଠ ଚିରଟ ପାଇଁ ଆସିଛି। ପରେ ଫାସି ଓ ଅନ୍ୟାନ୍ୟ କାଠ ଆସିବ। ଆଜିଠାରୁ ଏହି କରତକଳରେ ୪୫ଦିନ ପର୍ଯ୍ୟନ୍ତ କେବଳ ପୁରୀ ଶ୍ରୀଜିଉଙ୍କ ରଥକାଠ ଚିରଟ ହେବ। କେଉଁଦିନ କେଉଁ କାଠ ଚିରଟ ହେବ, ତାହା ଲଗ୍ନ ପାଞ୍ଜି ଦେଖି ନିର୍ଦ୍ଧାରଣ ହୋଇଥାଏ। ଅନ୍ୟ କାଠ ଚିରିବାକୁ ହେଲେ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଅନୁମତି ଆଣିବାକୁ ପଡ଼ିଥାଏ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବନ ଉନ୍ନୟନ ନିଗମ ଖଣ୍ଡୀୟ ଅଧିକାରୀ ରୁଦ୍ରମୋହନ ସାହୁ, ସ ମିଲ ପରିଚାଳକ ତ୍ରିନାଥ ସୁବୁଦ୍ଧି, ମୁଖ୍ୟ କାଠ ଚିରାଳି ଚକ୍ରଧର ନାଥ, ଗୈାରାଙ୍ଗ ସେଠୀ, ଶରତ ପାଇକ ରାୟ, କର୍ପୋରେଟର ସନ୍ତୋଷ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/rathakatha-d.jpg)