ସମ୍ବଲପୁର : ଗାୟକ ମଣ୍ଟୁ ଛୁରିଆଙ୍କ ନାଁ ନେଇ କେହି ଟଙ୍କା ମାଗୁଛି। ଏ କଥା ନିଜେ ମଣ୍ଟୁ ଛୁରିଆ କହିଛନ୍ତି। ଏ ନେଇ ସେ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ପବ୍‌ଜି ମୋବାଇଲ୍‌ ଗେମ୍‌ରେ ତାଙ୍କ ନାଁରେ କେହି ଜଣେ ଆକାଉଣ୍ଟ ଖୋଲି ନିଜକୁ କଣ୍ଠଶିଳ୍ପୀ ବୋଲି ପରିଚୟ ଦେଉଛି। ତା ସହିତ ଅସୁବିଧା ଅଛି କହି ଫଲୋଅର୍ସଙ୍କୁ ଟଙ୍କା ମାଗୁଛି। ତାଙ୍କ ଭାଇଙ୍କ ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଠକ ହ୍ୟାକ୍‌ କରି ନେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।