ବରିଷ୍ଠ ଆଇପିଏସ୍‌ ଦମ୍ପତିଙ୍କ ଝିଅ ପାଲଟିଲେ ପୁଅ

ଭୁବନେଶ୍ବର : ଲିଙ୍ଗ ପରିବର୍ତ୍ତନ କରି ରାଜଧାନୀର ଜଣେ ୨୨ବର୍ଷୀୟ ଯୁବତୀ ଯୁବକ ପାଲଟିଛନ୍ତି। ରାଜ୍ୟର ବରିଷ୍ଠ ଆଇପିଏସ୍ ଦମ୍ପତିଙ୍କ ସେ ଏକମାତ୍ର ଝିଅ ବୋଲି ଜଣାପଡ଼ିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ମୁତାବକ, ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅ ଏଭଳି ବିରଳ ଅସ୍ତ୍ରୋପଚାର କରିଛନ୍ତି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ସର୍ଜରି କରାଯାଇଛି। ଏଥିସହିତ ବିଧିବଦ୍ଧ ଭାବେ ଯୁବତୀଙ୍କ ନାଁ ଓ ଲିଙ୍ଗ ବଦଳାଇବା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପାସପୋର୍ଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଉଛି। ତେବେ ଲିଙ୍ଗ ପରିବର୍ତ୍ତନ ନେଇ ଆଇପିଏସ୍ ଦମ୍ପତି କି ତାଙ୍କ ଝିଅ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ସମ୍ବନ୍ଧିତ ଖବର