ହରିଚନ୍ଦନପୁର: ହରିଚନ୍ଦନପୁର ପଞ୍ଚାୟତ ସିଂହବିଲା ଗ୍ରାମର ଗୋଳିଆ ପୋଖରୀରୁ ରବିବାର ପୁଲିସ ତେଲକୋଇ ବ୍ଲକ୍ କାଳିଆହତା ପଞ୍ଚାୟତ ଗହଳଦା ଗ୍ରାମର ମେଘା ଜୁଆଙ୍ଗ (୩୨)ଙ୍କ ଶବ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଗହଳଦା ଗ୍ରାମର ୫ଜଣ ଯୁବକ ସିଂହବିଲା ଗ୍ରାମକୁ କାମ କରିବାକୁ ଆସିଥିଲେ। ଶନିବାର ଅପରାହ୍ଣରେ ସମସ୍ତେ ଗୋଳିଆ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ୪ଜଣ ଗାଧୋଇ ସାରି ଫେରିଥିବା ବେଳେ ମେଘା ଶୌଚ ପାଇଁ ଯାଇଥିଲେ।
ଶୌଚ ହେବାବେଳେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ସେ ଦୀର୍ଘ ସମୟ ଧରି ନ ଫେରିବାରୁ ଅନ୍ୟ ୪ଜଣ ଯୁବକ ଖୋଜିଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ରବିବାର ସକାଳେ ଗ୍ରାମବାସୀ ପୋଖରୀରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଛି। ତାହା ମେଘାର ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ମୃତକଙ୍କ ଭାଇ ନାରଦ ଜୁଆଙ୍ଗ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ସୁସ୍ମିତା ଦେବତା ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ନଂ. ୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)