ପାଣିରେ ବୁଡ଼ି ଯୁବ ଖେଳାଳିଙ୍କ ମୃତ୍ୟୁ

ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ମହଲେ ସୁଆରୀ ବନ୍ଧରେ ଜଣେ ଯୁବ ଖେଳାଳିଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକ ହେଲେ ଯୁଧିଷ୍ଠିର ଭୋଇ ଓରଫ୍ ଯଦୁ (୨୪)।

ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ସେ କେତେ ଜଣ ସାଙ୍ଗଙ୍କ ସହ ଗାଁ ପାଖ ସୁଆରୀ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ ଡାକ୍ତରଖାନା ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ବୁଧବାର ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଆସିଲା ପରେ ବହୁ ସଂଖ୍ୟାରେ ଲୋକେ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଭେଡ଼େନ ବ୍ଲକ୍‌ର ଜଣେ ଉଦୀୟମାନ ଖେଳାଳି ଥିଲେ। ସେ ଅନେକ ଥର ଜିଲ୍ଲା ଓ ରାଜ୍ୟ ବାହାରେ ମଧ୍ୟ ନିଜ ଫୁଟ୍‌ବଲ୍‌ ଖେଳ ପରିଦର୍ଶନ କରିଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ପୂର୍ବରୁ ତାଙ୍କ ବାପାଙ୍କ ବିୟୋଗ ହୋଇଥିବା ବେଳେ ଘରେ ଏବେ ମା’ ଓ ଗୋଟିଏ ଭଉଣୀ ଅଛନ୍ତି।

ସମ୍ବନ୍ଧିତ ଖବର