ପାତ୍ରପୁର: ଚେନ୍ନାଇରେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ପାତ୍ରପୁର ବ୍ଲକ୍ ଆଙ୍କୁଲି ପଞ୍ଚାୟତ ରାଇଖାଲ ଗ୍ରାମର ଆଦିବାସୀ ଯୁବକ ବିଶୁ ବେହେରା (୩୦)। ବିଶୁ ବହୁ ବର୍ଷ ହେଲା ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ଚାରି ମାସ ହେଲା ସେ ଚେନ୍ନାଇର ଏକ ଘରୋଇ ପାଇପ୍ କମ୍ପାନିରେ ନିୟୋଜିତ ଥିଲେ। ଗତ ଶନିବାର ଅର୍ଥାତ୍ ଦୀପାବଳି ଦିନ କୌଣସି କାମରେ ସେ ବାହାରକୁ ଯାଇଥିବା ବେଳେ ଷ୍ଟେସନ୍ ନିକଟରେ ତାଙ୍କ ଶବ ଉଦ୍ଧାର କରା ଯାଇଥିଲା। ଦେହରେ ଗୁରୁତର ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା। ଫଳରେ ସେ ରେଳ ଧକ୍କାରେ ଛିଟିକି ହୋଇ ପଡ଼ି ଯାଇଥାଇ ପାରନ୍ତି, ନଚେତ ତାଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ପରିବାରବର୍ଗ ଫୋନ୍ ଯୋଗେ ସୂଚନା ପାଇ ବସ୍ ଯୋଗେ ଚେନ୍ନାଇ ବାହାରିଛନ୍ତି। ବର୍ତ୍ତମାନ ସେମାନେ ବିଜୟୱାଡ଼ାରେ ପହଞ୍ଚିଥିବା ଜଣାପଡ଼ିଛି। ପରିବାରବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ପରେ ମୃତ୍ୟୁର କାରଣ ଜଣାପଡ଼ିବ। ସେପଟେ ବିଶୁଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ଓ ପତ୍ନୀ ଏବେ ବେସାହାରା ହୋଇ ଯାଇଛନ୍ତି। ଶବ ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।
ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)