ପୁତୁରା ଠେଙ୍ଗା ମାଡ଼ରେ ଆହତ କାକାଙ୍କ ମୃତ୍ୟୁ!

ଜମି ବିବାଦକୁ କେନ୍ଦ୍ରକରି ପ୍ରାଣାନ୍ତକ ଆକ୍ରମଣ ଘଟଣା

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା କାଲସାଏପାଲି ଗାଁରେ ଜମିବିବାଦକୁ କେନ୍ଦ୍ର କରି ଶନିବାର ଶତ୍ରୁଘ୍ନ ଓ ତାଙ୍କ ସାନ ଭାଇ ବିନୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶତ୍ରୁଘ୍ନ, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ବିନୟ ଓ ତାଙ୍କ ପୁଅ ଭଗବାନ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଭଗବାନଙ୍କ ଠେଙ୍ଗାମାଡ଼ରେ ଶତ୍ରୁଘ୍ନ ଗୁରୁତର ଆହତ ହୋଇଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଡାକ୍ତରଖାନାରେ ଶତ୍ରୁଘ୍ନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶତ୍ରୁଘ୍ନଙ୍କ ସ୍ତ୍ରୀ ଜାନକୀ ସଦର ଥାନାରେ କରିଥିବା ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ବାପ-ପୁଅ ଆକ୍ରମଣ କରି ଫେରାର୍ ମାରିଥିବା ସଦର ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର