ମୃତ୍ୟୁ ସଂଖ୍ୟା ୩୦୦ ଡେଇଁଲା, ୪୦ ସଂକ୍ରମିତ, ୨୮ ସୁସ୍ଥ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୦ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୨୮ ଜଣ ସୁସ୍ଥ ହୋଇଛନ୍ତି। ତେବେଗ୍ରାମାଞ୍ଚଳର ମୋଟ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୩୦୦ ଡେଇଁଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୧୭୬୧ଟି ରାପିଡ୍ ଆଂଟିଜେନ୍ ଓ ୭୦୬ଟି ଆର୍‌ଟିପିସିଆର୍ ପରୀକ୍ଷଣ ହୋଇଥିଲା। ମୋଟ ୨୪୬୭ଟି ପରୀକ୍ଷଣରୁ ୪୦ଜଣଙ୍କ ଠାରେ କୋଭିଡ୍ ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୮, ବାଲିପାଟଣାରୁ ୩, ଭୁବନେଶ୍ବର ବ୍ଲକରୁ ୯, ଜଟଣୀରୁ ୪, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୫, ବେଗୁନିଆରୁ ୩, ବୋଲଗଡ଼ ଓ ବାଣପୁରରୁ ଜଣେ ଲେଖାଏଁ, ଟାଙ୍ଗୀରୁ ୬ ଜଣ ରହିଥିବା ବେଳେ ଚିଲିକା-ବାଲୁଗାଁରୁ ଆଜି କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ।

ଅପରପକ୍ଷରେ, ଚିକିତ୍ସାଧୀନଙ୍କ ମଧ୍ୟରୁ ୨୮ ଜଣ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୮୭ରୁ ବୃଦ୍ଧି ପାଇ ୧୯୯ରେ ପହଞ୍ଚିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୧ଳକ୍ଷ ୮୨ ହଜାର ୩୮ଟି ରାପିଡ୍ ଆଂଟିଜେନ୍ ପରୀକ୍ଷଣ କରାଯାଇଥିବା ବେଳେ ୮୦ହଜାର ୩୯୧ଟି ଆର୍‌ଟିପିସିଆର୍ ପରୀକ୍ଷଣ କରାଯାଇଛି। ମୋଟ ୨ଲକ୍ଷ ୬୨ହଜାର ୪୨୯ଟି ସ୍ବାବ୍ ପରୀକ୍ଷଣରୁ ୧୫ହଜାର ୯୪୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରୁ ୧୪ହଜାର ୯୭୦ଜଣ ସୁସ୍ଥ ହୋଇଥିବା ବେଳେ ୨୭୫ଟି ସଂକ୍ରମଣଜନିତ ମୃତ୍ୟୁ ରେକର୍ଡ କରାଯାଇଛି। କରୋନା ପ୍ରଥମ ଲହର ଓ ଦ୍ବିତୀୟ ଲହରରେ ବର୍ତମାନ ସୁଦ୍ଧା ୩୩୩ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର