ବନ୍ଦ ଘରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ବ୍ରଜରାଜନଗର: ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ବୁନ୍ଦିଆ କଲୋନିର ଏକ ବନ୍ଦ ଘର ଭିତରୁ ସୁରେଶ ରାମ (୪୫)ଙ୍କ ଗଳିତ ଶବ ପୁଲିସ ଜବତ କରିଛି। ସୁରେଶ କୋଇଲାଖଣିର ଏ-୬ କ୍ୱାର୍ଟରରେ ରହୁଥିଲେ।  ପ୍ରାୟ ୧ବର୍ଷ ହେବ କୌଣସି କାରଣରୁ ତାଙ୍କ ସ୍ତ୍ରୀ ଓ ସନ୍ତାନ ତାଙ୍କ ନିକଟରେ ରହୁନଥିଲେ। ଗୁରୁବାର ସକାଳୁ ଘର ଭିତରୁ ପଚା ଗନ୍ଧ ଆସିବାରୁ ପଡୋଶୀମାନେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ।

ତାଙ୍କ ଭାଇଙ୍କଠାରୁ ଖବର ପାଇ ରାମପୁର ଫାଣ୍ଡି ଅଧିକାରୀ ଶଶି ମିଶ୍ର, ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟେଟ  ଚନ୍ଦ୍ରମଣି ସ୍ୱାଇଁ ଓ ସାଇଣ୍ଟିଫିକ ଟିମ ଉପସ୍ଥିତିରେ କବାଟ ଭାଙ୍ଗି ଘର ଭିତରୁ ଶବ ଜବତ କରିଥିଲେ। ମୋବାଇଲ ହାତରେ ଥାଇ ଶୋଇଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଥିଲା। ୨ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଜଣା ପଡ଼ିନାହିଁ।ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର