ସଂସଦରେ ସମ୍ବଲପୁରୀ ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ଦାବି

ସମ୍ବଲପୁର: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରି‌ଚ୍ଛେଦରେ ସ୍ଥାନୀତ କରିବା ପୂର୍ବକ  ସ୍ବୀକୃତି ପ୍ରଦାନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଙ୍ଗଳବାର ସଂସଦରେ ଦାବି କରିଛନ୍ତି। ସାଂସଦ ଶ୍ରୀ ପୂଜାରୀ ‌ଜରୁରୀ ସାଧାରଣ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଭାବେ ସମ୍ବଲପୁରୀ ଭାଷାରେ ନିଜର ଏହି ଦାବି ଉପସ୍ଥାପନ କରିଛନ୍ତି। ବାଚସ୍ପତିଙ୍କ ଅନୁମତି ନେଇ ସେ ଏହି ପ୍ରସଂଗରେ ସମ୍ବଲପୁରୀ ଭାଷାରେ ଗୃହମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଜୁହାର ଓ ଧନ୍ୟବାଦ ସହ ନିଜ ବକ୍ତବ୍ୟ ଆରମ୍ଭ କରି ଶ୍ରୀ ପୂଜାରୀ କହିଲେ, ‘‘ଭାରତ ବର୍ଷରେ ସମ୍ବଲପୁରୀ-କୋଶଲି ଭାଷା ଗୁଟେ ପ୍ରାଚୀନ ଆଉ ପୁରାତନ ଭାଷା ଆଏ।

ଦେଢ଼ କୋଟିରୁ ବେଶୀ ଲୋକ୍‌ ଯେଉଁ ମାନେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଆଉ ଭାରତ ବର୍ଷର ବିଭିନ୍ନ ଜାଗାରେ ରହୁଛନ୍, ସେମାନେ ସମ୍ବଲପୁରୀ ଭାଷା କହେସନ୍। ଇଟା ଗୁଟେ ପ୍ରାଚୀନ୍ ବୈଜ୍ଞାନିକ୍ ଭାଷା ଆଏ ଯେନ୍ ଭାଷାର ନିଜସ୍ବ ବ୍ୟାକରଣ୍ ଅଛେ, ନିଜସ୍ବ ଶବ୍ଦାବଳୀ ଅଛେ, ନିଜସ୍ବ ସ୍ବତନ୍ତ୍ର ସାହିତ୍ୟ ଅଛେ। ଇତାର୍‌ ସାଂଗେସାଂଗେ ରାମାୟଣ, ମହାଭାରତ, ଶ୍ରୀମଦ୍ ଭାଗବତ୍ ଗୀତା ଆଉ ଧାର୍ମିକ ଗ୍ରନ୍ଥ ମାନେ ବି ସମ୍ବଲପୁରୀ ଭାଷାରେ ଅନୁବାଦ୍‌ ହେଇ ସାରିଛେ। ଇ ଭାଷା ସଂସ୍କୃତ ଭାଷାର ବହୁତ୍ ପାଖର୍‌ ଭାଷା ଆଏ, ନିକଟତର ଭାଷା ଆଏ।

ୟାର୍ ନିଜସ୍ବ ବାଦ୍ୟ ଅଛେ, ନିଜସ୍ବ ଗୀତ ଅଛେ, ନିଜସ୍ବ ନାଚ ଅଛେ, ନିଜସ୍ବ ସଂଗୀତ ଅଛେ, ନିଜସ୍ବ ଡ୍ରାମା ବି ଅଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ସମ୍ବଲପୁରୀ ସାହିତ୍ୟିକ ଶ୍ରୀ ହଲଧର ନାଗ ଆଉ ସମ୍ବଲପୁରୀ ଗାୟକ ଶ୍ରୀ ଜିତେନ୍ଦ୍ର ହରିପାଲ୍‌ କେ ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରିଛନ୍। ଇଟା ପରୋକ୍ଷରେ ସମ୍ବଲପୁରୀ ଭାଷାର ସ୍ବୀକୃତି ଆଏ। ବହୁତ୍ ବାର୍ ଆମେ ଇ ଭାଷାର ସ୍ବୀକୃତି ଆଉ ସମ୍ବିଧାନ୍‌ର ଅଷ୍ଟମ ଅଧ୍ୟାୟରେ ଇଟାକେ ଅନ୍ତର୍ଭୁକ୍ତ କର୍‌ବାର୍ ଲାଗି ଦାବି କରି ଆସୁଛୁଁ। ଆପଣକର୍ ମାଧ୍ୟମରେ ମୁଇଁ ଭାରତ ସରକାରଙ୍କ ଗୃହ ମନ୍ତ୍ରୀଙ୍କ ସାମ୍‌ନାରେ ଦାବି କରୁଛେଁ ଯେ ସମ୍ବଲପୁରୀ ଭାଷା କେ ସମ୍ବିଧାନ୍‌ର ଅଷ୍ଟମ ଅଧ୍ୟାୟରେ ଜାଗା ଦେଉନ୍‌। ଇଟା ମୋର୍ ଦାବି ଆଏ’’।

ସମ୍ବନ୍ଧିତ ଖବର