ବଲାଙ୍ଗୀର, ଖପ୍ରାଖୋଲ, ହରିଶଙ୍କର ଓ ଭବାନୀପାଟଣା ଯାଇ ମାଓ ସ୍ଥିତିର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର: ବଲାଙ୍ଗୀର, କଳାହାଣ୍ଡି, ଖପ୍ରାଖୋଲ ଓ ହରିଶଙ୍କରରେ ମାଓ ସ୍ଥିତିର ସମୀକ୍ଷା ପରେ ଭୁବନେଶ୍ୱର ଫେରିଛନ୍ତି ପୁଲିସ ଡିଜି ଅଭୟ । ସେଠାରୁ ସ୍ଥିତି ସମୀକ୍ଷା କରି ଫେରିବା ପରେ ସେ କହିଛନ୍ତି ଯେ, ମାଓବାଦୀମାନଙ୍କ ସମସ୍ୟା ସମ୍ପର୍କରେ ଆମେ ଆଲୋଚନା କରୁଛୁ । ଏହି ଅଞ୍ଚଳମାନଙ୍କରେ ମାଓବାଦୀମାନଙ୍କର ପ୍ରାଦୁର୍ଭାବ ଥିଲା, ଯାହା ଏବେ କମିବାରେ ଲାଗିଛି । ଏହି ସପ୍ତାହରେ ମାଓସଙ୍ଗଠନର ଜଣେ କର୍ମକର୍ତ୍ତା ଆତ୍ମସମର୍ପଣ କରିଛନ୍ତି । ଅନ୍ୟ ମାନେ ଆତ୍ମସମର୍ପଣ କରିବା ପାଇଁ ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଥିଲେ ପୁଲିସ ଡିଜି ଅଭୟ ।

ଏଥିସହ ମାଓବାଦୀମାନଙ୍କୁ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ବିଷୟରେ ସୂଚନା ଦେବାକୁ ନିଜ ଅଫିସରମାନଙ୍କୁ କହିଥିଲେ ପୁଲିସ ଡିଜି ଅଭୟ। ଏହି ଗସ୍ତ ସମୟରେ ଡିଜିପି ଜିଲ୍ଲା ଇଣ୍ଟେଲିଜେନ୍ସ ଆଣ୍ଡ ଅପରେସନ୍ ସେଲ୍ କୋଠାକୁ ମଧ୍ୟ ଉଦଘାଟନ କରିଥିଲେ । ଏହା ପରେ ସେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ପୁଲିସ କର୍ମଚାରୀଙ୍କୁ ଭେଟି ସେମାନଙ୍କର ଭଲ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ତେବେ ମାଓ ସ୍ଥିତି ସମିକ୍ଷ ସହ ଡିଜିପି, ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ଲଲିତ ଦାଶ ଏବଂ ଡିଜି ସିଆଇଡବ୍ଲୁ ଅନିରୁଧ ସିଂ ବଲାଙ୍ଗୀର ଏବଂ କାଲାହାଣ୍ଡି ଜିଲ୍ଲା ପରିଦର୍ଶନ କରି ଏଲଡବ୍ଲୁଇ ପ୍ରସଙ୍ଗ ମଧ୍ୟ ସମୀକ୍ଷା କରିଛନ୍ତି। ଅପରାଧ ଚିହ୍ନଟ, ଏନଡିପିଏସ ଚିହ୍ନଟ, ଏଲଡବ୍ଲୁଇ ପ୍ରସଙ୍ଗରେ ଭଲ କାର୍ଯ୍ୟ କରିଥିବା ପୁଲିସ କର୍ମଚାରୀଙ୍କୁ ବଲାଙ୍ଗୀରଠାରେ ଭେଟି ସେମାନଙ୍କୁ ପ୍ରଶଂସା କରିଥିଲେ। ଏହା ସହ ଏସପି ବଲାଙ୍ଗୀର ଏଲଡବ୍ଲୁଇ, କ୍ରାଇମ ପ୍ରସଙ୍ଗ, ସିସିଟିଏନଏସ ଉପରେ ଉପସ୍ଥାପନା କରିଥିଲେ । ଡିଜିପି ବରିଷ୍ଠ ଅଧିକାରୀଙ୍କ ସହ ଖପ୍ରାଖୋଲ ଏବଂ ହରିଶଙ୍କର ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ଯବାନଙ୍କ ସହ କଥାବାର୍ତ୍ତା କରିଥିଲେ |

ସମ୍ବନ୍ଧିତ ଖବର