ଭୁବନେଶ୍ବର: ଖୁବଶୀଘ୍ର ଆଇପିଏସ୍ ସ୍ତରରେ ଅଦଳବଦଳ ହେବ। କିନ୍ତୁ ଏହା ପୂର୍ବରୁ ଆଜି ଅଚାନକ ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଗୃହ ବିଭାଗ ଓଏସ୍ଡି କରାଯାଇଛି। ସେହିପରି ସଶସ୍ତ୍ର ପୁଲିସ ବାହିନୀର ଅତିରିକ୍ତ ଡିଜି ଆର.ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ବରିଷ୍ଠ ଆଇପିଏସ୍ ଅଧିକାରୀ ଲଳିତ ଦାସଙ୍କୁ କାହିଁକି ଏମିତି ହଠାତ୍ ବଦଳି କରାଗଲା ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୃହ ବିଭାଗର ଓଏସଡି ସେମିତି କୌଣସି ଗୁରୁତ୍ବପୂର୍ଣ୍ଣ ନୁହେଁ। କାହିଁକି ଶ୍ରୀ ଦାସଙ୍କ ବିରୋଧରେ ସରକାର ଏଭଳି ଆଭିମୁଖ୍ୟ ଗ୍ରହଣ କଲେ ତାହା ଜଣାପଡ଼ିନାହିଁ। ଏମିତିରେ ବି ଶ୍ରୀ ଦାସ ପୂର୍ବରୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ବ ଦୀର୍ଘ ବର୍ଷ ଧରି ତୁଲାଇ ସାରିଥିବା ବେଳେ ଏବେ ଓଏସଡି ନିଯୁକ୍ତ ହେବା ପୁଲିସ ମହଲରେ ବେଶ୍ ଆଲୋଚନାର ବିଷୟ ପାଲଟିଛି।
ଉଲ୍ଲେଖଯୋଗ୍ୟ ଯେ ବିଜୟ କୁମାର ଶର୍ମା, ସୁଧାଂଶୁ ଷଡ଼ଙ୍ଗୀଙ୍କ ଭଳି ଦକ୍ଷ ଅଫିସରଙ୍କୁ ଗୃହ ବିଭାଗର ଓଏସଡି ଭାବେ କିଛି ସମୟ ପାଇଁ ନିଯୁକ୍ତ କରାଯାଇଥିଲା। ବିନୟାନନ୍ଦ ଝା ଗୃହ ବିଭାଗର ଓଏସଡି ଭାବେ ଅବସର ନେଇ ସାରିଛନ୍ତି। ଅତିରିକ୍ତ ଡିଜି ପାହ୍ୟାର ଅଫିସର ରିତୁ ଆରୋରୋ ଏବେ ଗୃହ ବିଭାଗ ଓଏସ୍ଡି ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/lokasava-bhawan.jpg)