ଭୁବନେଶ୍ବର: ବେଙ୍ଗାଲୁରୁରୁ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନଙ୍କୁ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଖରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସୂଚନା ମିଳୁଛି। ରାଜ୍ୟକୁ ଆସିଥିବା ଏଭଳି ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ସ୍ତରରେ ସେମାନଙ୍କୁ ଟେଷ୍ଟ କରାଯିବ। ଯେଉଁମାନେ ବିଦେଶରୁ ଆସୁଛନ୍ତି, ବିମାନବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି। ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସୁଛି, ହୋମ କ୍ଵାରେଣ୍ଟିନରେ ରହିବାକୁ କୁହାଯାଉଛି। ସାତଦିନ ପରେ ଅଷ୍ଟମ ଦିନରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କର ଭିତରୁ ଯାହାର ପଜିଟିଭ ଆସିବ, ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯିବ।
ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା ୩୮୦ ଲୋକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ। କ୍ଷିପ୍ର ଗତିରେ ବ୍ୟାପୁଛି। ୧୦ ଦିନ ଭିତରେ ୨୯ ରାଷ୍ଟ୍ରକୁ ବ୍ୟାପି ଗଲାଣି । କିନ୍ତୁ ଗୁରୁତର କରିବାର କ୍ଷମତା କେତେ, ମୃତ୍ୟୁହାର କଣ,ସେନେଇ କୌଣସି ତଥ୍ୟ ନାହିଁ। ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢ଼ିନାହିଁ। ଓମିକ୍ରନ ଆକ୍ରାନ୍ତମାନେ ହସ୍ପିଟାଲାଇଜେସନ ସମୟରେ ଗୁରୁତର ହେବା ଜଣାପଡିନି। ତେଣୁ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ, ବରଂ ସତର୍କ ହୁଅନ୍ତୁ । ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।
ଶିକ୍ଷାନୁଷ୍ଠାନ ଲାଗି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ ଦେଇଛନ୍ତି। ଆମେ ମଧ୍ୟ ଜିଲ୍ଲାମାନଙ୍କୁ ଜଣାଇଛୁ। ସ୍କୁଲଗୁଡ଼ିକ କୋଭିଡ ଅନୁରୂପ ନିୟମ କେମିତି ମାନୁଛନ୍ତି, ତଦାରଖ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହୁଛି, ସେମାନଙ୍କୁ ସ୍କୁଲ ନ ଆସିବାକୁ କୁହାଯାଇଛି। ଲକ୍ଷଣ ପ୍ରକାଶ ପାଇଲେ ଜଣାଇବାକୁ କୁହାଯାଇଛି। ଏମିତିକି ପ୍ରତି ସ୍କୁଲରେ ଗୋଟିଏ ଲେଖାଏଁ କ୍ଵାରେଣ୍ଟିନ ରୁମ କରାଯାଇଛି। ଯାହାର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କୁ ଏହି କ୍ଵରେଣ୍ଟିନ ରୁମରେ ରଖାଯାଉଛି ।
ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2021/10/dr-niranjan-mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)