ଥଣ୍ଡା ଜ୍ବର କାଶ ହେଲେ ଚିକିତ୍ସା ଲାଗି କୋଭିଡ୍ କେୟାରେ ସେଣ୍ଟର ଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଛତ୍ରପୁୂର: ଥଣ୍ଡା, କାଶ ଓ ଜ୍ବର ହେଲେ ଲୁଚାନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ ପରାସିଟାମଲ୍‌ ଖାଆନ୍ତୁ ନାହିଁ। ଥଣ୍ଡା, କାଶ, ଜ୍ବର ଥିଲେ ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାଇବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଜିଲ୍ଳାପାଳ କହିଛନ୍ତି, ଜିଲ୍ଲା ସ୍ତରରୁ ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ପ୍ରତି ଅଞ୍ଚଳ ଗସ୍ତ କରି କୋଭିଡ୍ ପରିଚାଳନା କାର୍ଯ୍ୟ ତଦାରଖ କରିବେ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରମଣ ଦେଖାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରି ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ କୌଣସି ଉତ୍ସବ ଯେମିତି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ର ପ୍ରତିଟି ଘରର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍ କେୟାର୍‌ ହୋମକୁ ନେବା ସହ ନମୁନା ସଂଗ୍ରହ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କୋଭିଡ୍ କେୟାର୍‌ ମନିଟର୍‌ଙ୍କୁ ଠିକ୍ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ଅଧିକାରୀଙ୍କୁ କୁହାଯାଇଛି। କ୍ଲଷ୍ଟର୍‌ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଠିକ୍ ରୂପେ କୋଭିଡ୍ କ୍ଲାସ୍ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ
ସମ୍ବନ୍ଧିତ ଖବର