୫-ଟି ସ୍କୁଲ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ସଇନ୍ତଳା: ତୃତୀୟ ପର୍ଯ୍ୟାୟରେ ୫-ଟିରେ ସାମିଲ ହୋଇଥିବା ସଇନ୍ତଳା ବ୍ଲକ୍‌ ଭଦ୍ରା ସ୍କୁଲ ପରିଦର୍ଶନ କରି ଜିଲ୍ଲାପାଳ ଚଂଚଳ ରାଣା ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି। ଏହି ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବିଡିଓ ଚନ୍ଦ୍ରମଣି ନାଗ, ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂହ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା ଓ ସ୍କୁଲର ସମସ୍ତ ଶିକ୍ଷକ ଉପସ୍ଥିତଥିଲେ।

୫-ଟିରେ ହେଉଥିବା କାର୍ଯ୍ୟକୁ ଠିକ ଭାବରେ କରିବା ସହ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଉପସ୍ଥିତ ବ୍ଲକ୍‌ ପ୍ରଶାସନର ଅଧିକାରୀଙ୍କୁ ଜିଲ୍ଲାପାଳ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର