ରେଙ୍ଗାଲି: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବୁଧବାର ରେଙ୍ଗାଲି ବ୍ଲକ୍‌ ପରିଦର୍ଶନ କରି ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଜିଲ୍ଲାପାଳ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମିତ ମିସନ ଶକ୍ତି ଗୃହ, କୁର୍ଲାର ସବ୍‌ ସେଣ୍ଟର ଗୃହ, ଲହମନିରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଫିନାଇଲ ୟୁନିଟ, ରାମଚନ୍ଦ୍ର ନଗରର ୫-ଟି’ ରୂପାନ୍ତରଣ ହାଇସ୍କୁଲ, ଫୁଲଚାଙ୍ଗରରେ ଥିବା ସରକାରୀ ମାଛ କେନ୍ଦ୍ର ଓ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ।

Advertisment

ପରେ ଲପଙ୍ଗାରେ ଅନୁଷ୍ଠିତ ବିବିଏସ୍‌ଏ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସାଲଡ଼ ବିଦ୍ୟାଳୟରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଥିଲେ। ଏହି ଅବସରରେ ରେଙ୍ଗାଲି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।