କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ୭ରେ ରହୁଛନ୍ତି ମାଧବ ବନଛୋର ଓ ତାଙ୍କ ପତ୍ନୀ ଦେବକୀ ବନଛୋର। ନିହାତି ଗରିବ ହୋଇଥିବା ବେଳେ ପୁଅ-ଝିଅ ଥିଲେ ବି ବର୍ତ୍ତମାନ କେହି ପଚାରୁନାହାନ୍ତି। ଫଳରେ ଏହି ଦମ୍ପତି ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି। ୭ ଦିନ ତଳେ ଘରେ କାମ କରୁଥିବା ବେଳେ ଦେବକୀ ପଡ଼ିଯିବାରୁ ଦୁଇ ହାତ ଭାଙ୍ଗି ଯାଇଥିଲା। ହେଲେ ଅର୍ଥ ଅଭାବରୁ ସେ ଚିକିତ୍ସାରୁ ବଞ୍ଚିତ ରହିଥିଲେ। ଦେବକୀଙ୍କ ଏଭଳି ଅବସ୍ଥା ଦେଖି ସ୍ବାମୀ ଭାଙ୍ଗି ପଡ଼ିଥିଲେ।
/sambad/media/post_attachments/wp-content/uploads/2023/06/kalahandi-f.jpg)
କାଣ୍ଡେଲର ଜଣେ ସରକାରୀ ଡାକ୍ତର ଏହି ଘଟଣା ସମ୍ପର୍କରେ ଜାଣିବା ପରେ କଳାହାଣ୍ଡି ମେଡିକାଲ କଲେଜର ଦୁଇ ଜଣ ଡାକ୍ତରଙ୍କୁ ଜଣାଇବା ସହ ବୃଦ୍ଧାଙ୍କ ଚିକିତ୍ସା ନେଇ ଆଲୋଚନା କରିଥିଲେ। ପରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ସର୍ଜରି ବିଶେଷଜ୍ଞ ଉଭୟ ଦେବକୀଙ୍କ ଘରକୁ ଆସି ଚିକିତ୍ସା ଆରମ୍ଭ କରିଥିଲେ। ଦୁଇ ହାତକୁ ପ୍ଲାଷ୍ଟର କରିବା ସହ ମାଗଣାରେ ଔଷଧ ଯୋଗାଇ ଦେଇଥିଲେ। ଡାକ୍ତରଙ୍କ ଏଭଳି ସେବା ଦେଖି ବୃଦ୍ଧ-ବୃଦ୍ଧା କାନ୍ଦି ପକାଇବା ସହ ଆଶୀର୍ବାଦ ଦେଇଥିଲେ। ଅନ୍ୟପକ୍ଷରେ ଖବର ପ୍ରକାଶ ପାଇଁ ଉଭୟ ଡାକ୍ତରଙ୍କୁ ପଚାରିବାରୁ ଅନିଚ୍ଛା ପ୍ରକାଶ କରିବା ସହ ସେବା ହିଁ ଆମର କର୍ତ୍ତବ୍ୟ ବୋଲି କହିଥିଲେ। ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା କରି କଷ୍ଟମୁକ୍ତ କରିପାରିଲେ ଆମର ଡାକ୍ତରୀ ପଢ଼ିବା ସଫଳ ହେଲା ବୋଲି ପ୍ରକାଶ କରିଥିଲେ। ତେବେ ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଡାକ୍ତର ହେବ ତ ଏମିତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Doctors-Visit-Old-Woman-House-and-Treated-Her_Thumbnail.jpg)
