କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଏକ ନବଜାତ ଶିଶୁପୁତ୍ରର ଶବକୁ ବୁଲାକୁକୁର ଝୁଣି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୬ ତାରିଖରେ ପାଟଣା ବ୍ଲକ୍ ସରାସକେଲା ଗ୍ରାମର ସୁବ୍ରତ ଦେହୁରୀଙ୍କ ପତ୍ନୀ ରଞ୍ଜୁକ୍ତା ନାଏକ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ।
ଅସ୍ତ୍ରୋପଚାର ପରେ ରାତି ପ୍ରାୟ ଗୋଟାଏବେଳେ ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମୃତ ଶିଶୁଟିକୁ ଡାକ୍ତରଖାନା ପରିସର ଆହର କେନ୍ଦ୍ର ନିକଟରେ ରଞ୍ଜୁକ୍ତାଙ୍କ ମା’ ଚତୁରୀ ନାଏକ ୨୭ ତାରିଖ ଭୋର ସମୟରେ ପୋତି ଦେଇଥିଲେ। ଆଜି ସକାଳେ କୁକୁରଟି ମୃତଦେହକୁ କାଢ଼ି ଝୁଣିଝୁଣି ଖାଉଥିବା ଦେଖିବାକୁ ମିଳିଥିଲା। ଏପଟେ ରଞ୍ଜୁକ୍ତା ପ୍ରସୂତି ବିଭାଗର ୫୫ ନମ୍ବର ବେଡ୍ରେ ଚିକିତ୍ସିତ ହେଉଛନ୍ତି।