ଟ୍ରାକ୍ଟର ଓଲଟି ଚାଳକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୁଳି ପାଟଣା ରାସ୍ତାର ଜଡିଚାତର ନିକଟରେ ରବିବାର ପୂର୍ବାହ୍ନରେ ଏକ ପାଣି ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଟ୍ରାକ୍ଟର ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ମୁତାବକ ଏକ ଠିକାଦାରି ସଂସ୍ଥା ପକ୍ଷରୁ ଜଡିଚାତର ନିକଟରେ ଥିବା ଜହ୍ନେଇନାଳ ପୋଲ ନିର୍ମାଣ କାର୍ଯ୍ୟରେ ଏହି ଟ୍ୟାଙ୍କରଟି ନିୟୋଜିତ ଥିଲା। ଏହି ପୋଲ ନିର୍ମାଣ ନିକଟକୁ ପିଇବା ପାଣି ନେଇ ଆସୁଥିବା ବେଳେ ରାସ୍ତାରେ ଭାରସ୍ୟାମ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ଏବଂ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତୁରୁମୁଙ୍ଗା ପୁଲିସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାକୁ ନେଇ ତୁରୁମୁଙ୍ଗା ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଛି। ତୁରୁମୁଙ୍ଗା ଥାନା ସବଇନ୍ସପେକ୍ଟର ହରିଶଙ୍କର ନାଏକ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର