ପଦ୍ମପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ଓ କେନ୍ଦୁଝର ସଦର ବ୍ଲକ୍ ବନାଯୋଡ଼ି ଟୋଲ୍ପ୍ଲାଜାର ବୁମ୍ ବ୍ୟାରିଅର ଭାଙ୍ଗି ଶନିବାର ରାତିରେ ଫେରାର ହୋଇଯାଇଥିବା ଲୁହାପାଇପ୍ ବୋଝେଇ ଟ୍ରେଲର୍ (ଟିଏନ୍-୨୮-ଏଏଲ୍-୯୫୩୮)କୁ ଚମ୍ପୁଆ ନିକଟରେ ଚମ୍ପୁଆ ପୁଲିସ ଧରିବାରେ ସଫଳ ହୋଇଛି।
ଟ୍ରେଲର ଏବଂ ଚାଳକ ଏମ୍ ରାଜଲିଙ୍ଗମଙ୍କୁ ଚମ୍ପୁଆ ପୁଲିସ କେନ୍ଦୁଝର ସଦର ଥାନା ପୁଲିସକୁ ହସ୍ତାନ୍ତର କରିଛି। ବନାଯୋଡ଼ି ଟୋଲ୍ପ୍ଲାଜା କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ଏନେଇ କେସ୍ ନମ୍ବର ୩୩୩/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଟ୍ରେଲରକୁ ଜବତ କରାଯିବା ସହ ଚାଳକକୁ ଗିରଫ କରାଯାଇଛି ବୋଲି ଏସ୍ଆଇ ପ୍ରବୋଧ ଚନ୍ଦ୍ର ମହାନ୍ତି କହିଛନ୍ତି।