କୋମନା: କୋମନା ଥାନା ମାନିଗୁଡ଼ା ଗାଁ ନିକଟରେ ଏକ ମାଲବାହୀ ଟ୍ରକ୍ରୁ ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୨ ଦିନ ହେଲା କୋମନା ଥାନା ରାୟପୁର -ଗୋପାଳପୁର ଜାତୀୟ ରାଜପଥର ମାନିଗୁଡ଼ା ଗାଁ ନିକଟରେ ଏକ ମାଲବାହୀ ଟ୍ରକ୍ ଅଟକି ରହିଥିଲା। ଟ୍ରକ୍ଟି ମେଟାଲ ପାଉଡର ନେଇ ବିଶାଖାପାଟଣାରୁ ରାୟପୁର ଯାଉଥିଲା। ନିର୍ଦ୍ଧାରିତ ସମୟରେ ଟ୍ରକ୍ ରାୟପୁର ପହଞ୍ଚି ନଥିବାରୁ ଗାଡ଼ି ମାଲିକ ଟ୍ରକର ସନ୍ଧାନରେ ବାହାରିଥିଲେ। ଗତ ରାତିରେ ଟ୍ରକକୁ ମାନିଗୁଡ଼ା ଗାଁ ପାଖରେ ପାଇଥିଲେ। ଟ୍ରକ୍ରେ ଡ୍ରାଇଭର ଉତ୍ତରପ୍ରଦେଶ ଇନ୍ଦୋରର ନିଲେଶ ପଟେଲ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଅସୁସ୍ଥ ଅନୁଭବ କରିବାରୁ ନିଲେଶ କୋମନା ସରକାରୀ ଡାକ୍ତରଖାନା ଚିକିତ୍ସା ପାଇଁ ଆସିଥିଲେ। କୋମନା ଡାକ୍ତରଖାନାରେ ନାମ ପଞ୍ଜୀକରଣ କରାଯାଇ ତାଙ୍କୁ ସାଲାଇନ୍ ମଧ୍ୟ ଦିଆଯାଇଥିଲା। ସୁସ୍ଥ ହେବା ପରେ ସେ ମାନିଗୁଡ଼ାକୁ ଫେରି ଯାଇଥିଲେ। ଅନ୍ୟପକ୍ଷରେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ୍ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।
ମାଲବାହୀ ଟ୍ରକ୍ରୁ ଡ୍ରାଇଭରଙ୍କ ଶବ ଉଦ୍ଧାର
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)