ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆଇପିଏସ୍ ସ୍ତରରେ ଆଜି ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଗୁଇନ୍ଦା ନିର୍ଦେଶକଙ୍କଠାରୁ ଆରମ୍ଭ କରି ପୁଲିସ କମିସନର, ରେଞ୍ଜ୍ ଆଇଜି, ଏସ୍ପି ପର୍ଯ୍ୟନ୍ତ ୧୮ଜଣ ବରିଷ୍ଠ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୪ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ଭୁବନେଶ୍ବର-କଟକ ପୁଲିସ କମିସନର ଭାବେ ଅବସ୍ଥାପିତ କରାଯାଇଛି। ୧୯୯୫ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦେଶକ ଦାୟିତ୍ବ ଦିଆଯାଇଛି। ୧୯୯୫ ବ୍ୟାଚ୍ ଆଇପିସଏ୍ ଅଫିସର ତଥା ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଓପିଏଚ୍ଡବ୍ଲୁସିର ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ୨୦୦୩ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ୍ଙ୍କୁ ଉତ୍ତରାଞ୍ଚଳ ଆଇଜି, ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ୨୦୦୪ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ଆଇଜି, ୨୦୦୫ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ଆଇଜି (ଇଓଡବ୍ଲୁ ଓ ଏସ୍ଟିଏଫ୍) ଜେ ଏନ୍ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ସହ ଆଇଜି ଇଓଡବ୍ଲୁ ଓ ଏସ୍ଟିଏଫ୍ ଅତିରିକ୍ତ ଦାୟିତ୍ବ ମିଳିଛି।
ସେହିପରି ୨୦୧୦ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ପୁରୀ ଏସ୍ପି କନ୍ୱର ଭିଶାଲ୍ ସିଂଙ୍କୁ କଟକ ଡିସିପି, ୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ତଥା କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ଦାୟିତ୍ବ ମିଳିଛି। ୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ବୋନଥ ଯୁଗଳ କିଶୋର କୁମାରଙ୍କୁ କେନ୍ଦ୍ରାପଡ଼ା ଏସ୍ପି, ୨୦୧୨ ବ୍ୟାଚ୍ ଆଇପିଏସ୍ ଅଫିସର ତଥା କେନ୍ଦ୍ରାପଡ଼ା ଏସ୍ପି ମଦକର ସନ୍ଦୀପ ସମ୍ପତଙ୍କୁ ଢେଙ୍କାନାଳ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି। ୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ୨୦୨୦ ବ୍ୟାଚ୍ ଆଇପିସଏ୍ ଅଫିସର ହରିଶା ବି. ସିଙ୍କୁ ରାୟଗଡ଼ା ଏସ୍ପି ଓ ୨୦୨୦ ବ୍ୟାଚ୍ ଆଇପିସଏ୍ ଅଫିସର ୟଶ୍ପ୍ରତାପ ଶ୍ରୀମାଲ୍ଙ୍କୁ ସୋନପୁର ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଓପିଏସ୍ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ଢେଙ୍କାନାଳ ଏସ୍ପି ଜ୍ଞାନରଂଜନ ମହାପାତ୍ରଙ୍କୁ ଭୁବନେଶ୍ବର ସ୍ପେସାଲ୍ ବ୍ରାଞ୍ଚକୁ ଓ ସୋନପୁର ଏସ୍ପି ଅମରେଶ ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଦେଓଗଡ଼ ଏସ୍ପି ପି କେ ମିଶ୍ରଙ୍କୁ ଏସ୍ଆର୍ପି ରାଉର୍କେଲା ଓ ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସ୍ପି ଭାବେ ବଦଳି କରାଯାଇଛି।