ତାଳଚେର: ତାଳଚେର ସହର ରାଜନୀତି ଏବେ ସରଗରମ। ବିଜେଡି ଲାଗି ସୁରକ୍ଷିତ ଗଡ଼ ଥିବା ତାଳଚେରରେ ଏବେ ଦଳ ଟଳମଳ ସ୍ଥିତିକୁ ଆସିଥିବା ଚର୍ଚ୍ଚା‌ ହେଉଛି। ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିବା ନେଇ ହୋଇଥିବା ଚର୍ଚ୍ଚା ଭିତରେ ବୁଧବାର ନଗରପାଳଙ୍କ ସମେତ ୧୩ ଜଣ କାଉନ୍‌ସିଲର ବିଜେଡିର ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି।

Advertisment

Kandhamal Politics: ବିଜେପିରେ ଯୋଗ ଦେଲେ ବିଜେଡି ନେତା, ପାଣ୍ଡିଆନ୍‌ଙ୍କୁ ନେଇ କହିଲେ ଏମିତି କଥା

Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ

ସୂଚନା ମୁତାବକ, ମଙ୍ଗଳବାର ରାଜ୍ୟର ବିଭିନ୍ନ ବରିଷ୍ଠ ବିଜେଡି କର୍ମୀ ନଗରପାଳଙ୍କୁ ବୁଝାସୁଝା କରିବା ସହ କାଉନ୍‌ସିଲରଙ୍କ ସହ କଥା ହୋଇଥିଲେ। ଏପରିକି ତାଳଚେର ବିଧାୟକ ତଥା ଅନୁଗୁଳଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ ମଧ୍ୟ ନଗରପାଳ ପବିତ୍ର ଭୂତିଆଙ୍କ ଘରକୁ ଯାଇ ବୁଝାଇବା ସହିତ କିଛି କାଉନ୍‌ସିଲର୍‌ଙ୍କୁ ବୁଝାଇଥିଲେ। ହେଲେ କୌଣସି କଥାକୁ କର୍ଣ୍ଣପାତ ନକରି ନଗରପାଳ ଓ କାଉନ୍‌ସିଲରମାନେ ଶେଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ନଗରପାଳ ଶ୍ରୀ ଭୂତିଆଙ୍କ ସମେତ ୧୩ ଜଣ କାଉନ୍‌ସିଲର୍‌ ଯଥା, ତାଳଚେର ପୌରପରିଷଦ ୧ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଆସିଫ ଖାନ, ୨ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଯଶୋବନ୍ତ ମିଶ୍ର, ୩ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଲିପିକା ବେହେରା, ୫ ନମ୍ବର ୱାର୍ଡର କାଉନ୍‌ସିଲର୍‌ ସଞ୍ଜୀବ କୁମାର ବେହେରା, ୬ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଜିତେନ୍ଦ୍ର ଭୂତିଆ, ୯ ନମ୍ବର ୱାର୍ଡର କାଉନ୍‌ସିଲର୍‌ ମମତା ରାଉତ, ୧୦ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଅଜିତ କୁମାର ସାହୁ, ୧୧ ନମ୍ବର ୱାର୍ଡର କାଉନ୍‌ସିଲର୍‌ ନିରୁପମା ପଟ୍ଟନାୟକ, ୧୨ ନମ୍ବର ୱାର୍ଡର କାଉନ୍‌ସିଲର୍‌ ସଞ୍ଜୀବ କୁମାର ଗଡ଼ନାୟକ, ୧୪ ନମ୍ବର ୱାର୍ଡର କାଉନ୍‌ସିଲର୍‌ ବଲବିନ୍ଦର କୁଅର, ୧୫ ନମ୍ବର ୱାର୍ଡର କାଉନ୍‌ସିଲର୍‌ ସବିତା ପାଉଲ, ୧୮ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଲିନା ସାହୁ, ୨୦ ନମ୍ବର ୱାର୍ଡର କାଉନ୍‌ସିଲର୍‌ ଶାନ୍ତନୁ ମିଶ୍ର ପ୍ରମୁଖ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ମେଲ୍‌ ଜରିଆରେ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏଥିସହିତ ୧୩ ଜଣ କାଉନ୍‌ସିଲରଙ୍କ ସମେତ ନଗରପାଳ ଆସନ୍ତା ୨୮ ତାରିଖରେ ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ଯୋଗ ଦେବାର ଯୋଜନା ରହିଥିବା ଜଣାପଡ଼ିଛି।