ଚନ୍ଦନେଶ୍ବର ଚଡ଼କ ମେଳାର ଅଷ୍ଟମ ଅର୍ଘ୍ୟ

ଚନ୍ଦନେଶ୍ବର: ବିଶ୍ବ ପ୍ରସିଦ୍ଧ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ବରଜିଉଙ୍କ ଚଡ଼କ ମେଳାର ଆଜି ଅଷ୍ଟମ ଅର୍ଘ୍ୟ। ଉତ୍ସାହ, ଉଦ୍ଦୀପନା ଓ ଧର୍ମୀୟ ଭାବନା ମଧ୍ୟରେ ଅଷ୍ଟମ ଅର୍ଘ୍ୟ ସମ୍ପନ୍ନ ହୋଇଛି।

ଚନ୍ଦନେଶ୍ବର ଜିଉଙ୍କ କୌଳିକ କର୍ମ ଅନୁଯାୟୀ ଆଜି ବୁଧବାର ଚୈତ୍ର ମାସର ୨୧ ଦିନ ଚଡ଼କ ମେଳାର ଅଷ୍ଟମ ଅର୍ଘ୍ୟରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ୧୩ ଜଣ ଭକ୍ତ ଚନ୍ଦନେଶ୍ବର ଜିଉଙ୍କ ମନ୍ଦିର ଚାରିପଟେ ପରିକ୍ରମା କରିଥିଲେ। ସାହାନାଇ ଓ ଢୋଲର ତାଳେ ତାଳେ ଭକ୍ତମାନେ ପୁଣି ବିନ୍ଧା ପଦ୍ମପୁର ଗ୍ରାମସ୍ଥିତ କାଳିଆ ଚଣ୍ଡୀ ପୀଠକୁ ଯିବା ସହ ସେଠାରେ ବେକଡ଼ା ପକାଇ ଥିଲେ। ଅର୍ଘ୍ୟ ପିଣ୍ଡ ନିକଟରେ ଅଷ୍ଟମ ଅର୍ଘ୍ୟ ପ୍ରଦାନ କରି ବାବାଙ୍କ ଆଶିଷ ଲାଭ କରିଥିଲେ।

ଅର୍ଘ୍ୟଦାନ ସମୟରେ ମୌରସୀ ତପନ କୁମାର ପଣ୍ଡା, ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ସେବାୟତ ବୁଦ୍ଧଦେବ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର