ବାଣପୁର : ଗୁରୁବାର ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ର ଭୀମପୁର ଗ୍ରାମରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଖଣ୍ଡା ଚୋଟରେ ବଡ଼ଭାଇ ମୃତ୍ୟୁ ବରଣ କରିଥିବା ବେଳେ ସାନଭାଇ ଗୁରୁତର ଆହତ ହୋଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଉଛନ୍ତି ରବୀନ୍ଦ୍ର ନାୟକ (୭୦)।

Advertisment

ଘଟଣାରୁ ପ୍ରକାଶ ଯେ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନସାହିର ରବୀନ୍ଦ୍ର ନାୟକ ଓ ତାଙ୍କ ସାନଭାଇ ସୋମନାଥ ନାୟକ (୬୫) ରାତି ୯ଟାରେ ନିଜ ଦାଣ୍ଡପିଣ୍ଡା‌ରେ ବସିଥିଲେ। ଏହି ସମୟରେ ଗ୍ରାମର ସତ୍ୟ ନାୟକଙ୍କ ପୁଅ କେଳୁ ସେଠାରେ ପହଞ୍ଚି କୌଣସି କାରଣରୁ ସୋମନାଥଙ୍କ ସହ ପାଟିତୁଣ୍ଡ କରିଥିଲା। ରବୀନ୍ଦ୍ର କାହିଁକି ପାଟି କରୁଛ ବୋଲି କେଳୁକୁ କହିବାରୁ ସେ ଧରିଥିବା ଖଣ୍ଡାରେ ରବୀନ୍ଦ୍ରଙ୍କ ମୁଣ୍ଡରେ ଚୋଟ ପକାଇବା ସହ ସୋମନାଥଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଏଥିରେ ବଡ଼ଭାଇ ରବୀନ୍ଦ୍ର ନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।