Image Courtesy of India Today
ବିଜେପୁର:ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ବୁଡ଼ାପାଲି ପଂଚାୟତ ଲେମଧର ଗ୍ରାମରେ ସାନଭାଇର କୋଦାଳ ମାଡ଼ରେ ବଡଭାଇର ମୃତ୍ୟୁ ଘଟିିଛି। ଉକ୍ତ ଗ୍ରାମର କୈଳାସ ସାହୁ ଏବଂ ଭାଉଜ ବିଲରେ କାମ କରୁଥିଲେ । କିନ୍ତୁ ସେମାନେ ବିଲରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାର ସନ୍ଦେହ କରି ବଡ଼ଭାଇ ଝସକେତନ ସାହୁ ସେଠାରେ ପହଂଚିଥିଲେ । ଦିଅର ଭାଉଜଙ୍କୁ ଅସ୍ୱାଭାବିକ ଅବସ୍ଥାରେ ଦେଖି ରାଗି ଯାଇ ସେ ଏକ ବାଡ଼ିରେ କୈଳାସକୁ ମାଡ଼ ମାରିଥିଲେ। ସେଠାରେ କୈଳାସ ଅଚେତ ହୋଇ ପଡ଼ି ଯାଇଥିଲେ । ସ୍ୱାମୀ ସ୍ତ୍ରୀ ପାଣି ଛିଞ୍ଚିବା ପରେ କୈଳାସଙ୍କ ଚେତା ଫେରିଥିଲା।
ଏହାପରେ ଦୁଇ ଭାଇଙ୍କ ମଧ୍ୟରେ ବାକ୍ବିତଣ୍ଡା ଆରମ୍ଭ୍ ହୋଇଥିଲା। ସାନଭାଇ ବଡ଼ଭାଇଙ୍କୁ କୋଦାଳରେ ଦୁଇ ଚୋଟ ମାରିଥିଲା। ଫଳରେ ବଡ଼ ଭାଇ ସେହି ସ୍ଥାନରେ ଟଳି ପଡିଥିଲେ। ତାଙ୍କୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ବିଜେପୁରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଝସକେତନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ କୈଲାଶକୁ ଅଟକ ରଖି ପଚରାଉଚରା କରୁଛି।
Follow Us