ଶିବ ମନ୍ଦିର ରୋଷଘର ଭାଙ୍ଗିଲେ ହାତୀ

ତେଲକୋଇ : ତେଲକୋଇ ବ୍ଲକ୍‌ କନ୍ତଲେଇ ଗ୍ରାମରେ ଥିବା ପାତାଳେଶ୍ବର ଶିବମନ୍ଦିର ରୋଷଘରକୁ ହାତୀପଲ ଭାଙ୍ଗି ଦେଇଛନ୍ତି। ବିଳମ୍ବିତ ରାତିରେ ୩୧ଟିକିଆ ହାତୀପଲ ଗାଁରେ ପଶିଥିଲେ। କ୍ଷେତରେ ପଶି ଧାନ ଖାଇବା ସହ ଆମ୍ବବଗିଚା ନଷ୍ଟ କରିଥିଲେ। ଗାଁ ମୁଣ୍ଡରେ ଥିବା ସିଦ୍ଧ ପାତାଳେଶ୍ବର ଶିବମନ୍ଦିରର ରୋଷଘର ଭାଙ୍ଗି ଚାଉଳ ଖାଇବା ସହ ରୋଷେଇ ସାମଗ୍ରୀ ମାଡ଼ିଦଳି ନଷ୍ଟ କରିଛନ୍ତି। କେତେକ ହାତୀ କନ୍ତଲେଇ ଗାଁ ମୁଣ୍ଡ ଦାଣ୍ଡିଆସାହି ନିକଟ ବାଦୁଡ଼ିଝରା କାଜୁ ଜଙ୍ଗଲରେ ରହିଛନ୍ତି। ବନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର