ତେଲକୋଇ: ଘରକାନ୍ଥ ଭାଙ୍ଗିଲା ଦନ୍ତା

ଜଗମୋହନପୁର : ତେଲକୋଇ ବ୍ଲକ୍‌ରେ ହାତୀ ଉପଦ୍ରବ ଥମୁନାହିଁ। ଏକ ଦନ୍ତାହାତୀ ସଲେଇକେନା ପଞ୍ଚା‌ୟତ ରୁଗୁଡ଼ିହି ଗ୍ରାମର ନବଘନ ବେହେରାଙ୍କ ଘରର ପଛପଟ କାନ୍ଥ ଭାଙ୍ଗି ଦେଇଛି।

ନବଘନଙ୍କ କହିବା ଅନୁଯାୟୀ, ବିଳମ୍ବିତ ରାତିରେ ହାତୀଟି ତାଙ୍କ ଘର ପଛପଟ କିଆରିରେ ପଶି ଧାନତଳି ନଷ୍ଟ କରିଥିଲା। ପରେ ଧାନଚାଉଳ ଖାଇବା ପାଇଁ ଘରର ପଛପଟ କାନ୍ଥକୁ କଣା କରି ଦେଇଥିଲା ବୋଲି ନବଘନ କହିଛନ୍ତି। ସେହିପରି ଦନ୍ତାଟି ଗ୍ରାମର ପ୍ରଭାକର ଦେହୁରୀଙ୍କ ଘର ଭାଙ୍ଗିବା ସହ ବିଦ୍ୟାଧର ନାଏକଙ୍କ ସୋଲାର ଚାଳିତ ପାଣିପମ୍ପକୁ ଭାଙ୍ଗି ଦେଇଛି। ବନ ବିଭାଗ ତୁରନ୍ତ ହାତୀ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର