ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମ ନିକଟରେ ଗୋଟିଏ ଛୁଆ ହାତୀର ମୃତଦେହ ମିଳିଥିଲା। ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଫାଶରେ ଛନ୍ଦିହୋଇ ହାତୀ ମରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଥିଲା। ସୋମବାର ଦିନ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହା ସତ ପ୍ରମାଣିତ ହୋଇଛି।
ସୋମବାର ସକାଳେ ବୁଗୁଡ଼ା ପ୍ରାଣୀଧନ ଚିକିତ୍ସାଧିକାରୀ ଭଗବତୀ ପ୍ରସାଦ ଦାଶ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ବିଦ୍ୟୁତ୍ ଆଘାତରୁ ହିଁ ହାତୀର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ତେବେ, ବନାଞ୍ଚଳ ଅଧିକାରୀ ମୃତ୍ୟୁର କାରଣ ଜଣାପଡ଼ି ନଥିବା ଏବେ ବି କହୁଛନ୍ତି। ଏଣେ ବିଦ୍ୟୁତ୍ ତାର ବିଛାଇବା ସନ୍ଦେହରେ ବେଲପଡ଼ା ଗ୍ରାମରେ ୩ ଜଣକୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/elephant-attack-1.jpg)