ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ବଡ଼ମାଳ ରେଞ୍ଜ୍ ଅର୍ନ୍ତଗତ କଉଡ଼ିଆପାଲି ଗ୍ରାମରେ ଏକ କୂଅରୁ ଶନିବାର ସକାଳୁ ଏକ ମାଈ ହାତୀକୁ ଉଦ୍ଧାର କରାଯାଇଛି।
ସୂଚନାନୁସାରେ ଶନିବାର ଭୋର୍ ସମୟରେ ନିକଟସ୍ଥ ଜଙ୍ଗଲରୁ ବାହାରି ୬ଟି ହାତୀ କଉଡ଼ିଆପାଲି ଗ୍ରାମ ନିକଟରେ ଥିବା ଏକ ଆମ୍ବ ଗଛ ପାଖକୁ ଆମ୍ବ ଖାଇବାକୁ ଆସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଏକ ୧୫ ବର୍ଷର ମାଈ ହାତୀ ଗାଁର ତରୁଣ ସାହୁଙ୍କ କୂଅ ମଧ୍ୟକୁ ଖସି ପଡ଼ିଥିଲା। ଏ ସଂପର୍କରେ ଗ୍ରାମବାସୀମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ଲଗାଇ କୂଅକୁ ଖୋଳି ରାସ୍ତା କରାଯିବା ପରେ ହାତୀଟି ବାହାରି ଜଙ୍ଗଲକୁ ଚାଲି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ele-ddd.jpg)