ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ଠାକୁରମୁଣ୍ଡା: ଠାକୁରମୁଣ୍ଡା-ଶରତ ରାସ୍ତାର ନୁଟହୁଡ଼ି ନିକଟରେ ହାତୀ ଆକ୍ରମଣରେ ସାତାରା ବାନାରା (୩୫) ନାମକ ଜଣେ ଯୁବକଙ୍କ ଜୀବନ ଯାଇଛି। ଶରତ ଥାନା ନୁଟହୁଡିସାହିର ସାତାରା ବାନାରାଙ୍କ ବାପା ପାଗଳ ହୋଇଥିବାରୁ ଗତକାଲି ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳୁ ବାପାଙ୍କୁ ଖୋଜିବାକୁ ଘର ନିକଟରୁ କିଛି ଦୂର ଯିବା ପରେ ହାତୀ ହାବୁଡ଼ରେ ପଡ଼ିଥିଲେ। ନିଜକୁ କୌଣସି ପ୍ରକାରରେ ହାତୀ କବଳରୁ ମୁକୁଳାଇ ପାରି ନଥିଲେ। ଶେଷରେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ସାତାରାଙ୍କ ୫ଟି ସନ୍ତାନ ୩ଟି ପୁଅ ୨ଟି ଝିଅ ଅଛନ୍ତି। ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। କପ୍ତିପଦା ରେଞ୍ଜ ନିକଟ ନୁଟହୁଡି ଜଙ୍ଗଲରେ ୧୫ରୁ ଊର୍ଦ୍ଧ୍ବ ହତୀ ଘୁରି ବୁଲୁଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର