ଘଟଗାଁ: ଘଟଗାଁ ରେଞ୍ଜ କାର୍ଯ୍ୟାଳୟଠାରୁ ମାତ୍ର ୧ କିମି ଦୂର ଉପରଡିହା ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସପ୍ତାହ ମଧ୍ୟରେ ଦୁଇଟି ଦନ୍ତାହାତୀ ଦୁଇଜଣଙ୍କ ଘରଭାଙ୍ଗି ଧାନଚାଉଳ ଖାଇବା ସହ ବ୍ୟାପକ କ୍ଷୟକ୍ଷତି କରିଛି। ହାତୀ ଉପରଡିହା ଦଲିକିସାହିର ରାଉତ ମୁଣ୍ତା ଓ ଭୋଳମୁଣ୍ତସାହିର ରାଉତ ମୁଣ୍ତାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଦେଇଛି।

Advertisment

ଆଜି ସନ୍ଧ୍ୟାରେ ଗୋଟିଏ ଦନ୍ତାହାତୀ ବାଲିଯୋଡ଼ିରେ ଅନ୍ୟଟି କୁସୁନପୁରରେ ଥିବା ଜଣାପଡ଼ିଛି। ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ, ଫରେଷ୍ଟ ଗାର୍ଡ ଶ୍ରବଣ କୁମାର ପାତ୍ର ଓ ପାରା ଫରେଷ୍ଟ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।