ରୁପ୍ରା: ରୁପ୍ରା ରୋଡ୍ ସେକ୍ସନ୍ ମୁସ୍କୁଟି ପଞ୍ଚାୟତ ମଦନପୁର ଘନଶ୍ୟାମ କାଜୁ ବଗିଚାରେ ରବିବାର ରାତିରୁ ୫ଟି ହାତୀ ଆସି ରହୁଛନ୍ତି। ସୋମବାର ସକାଳୁ କିଛି ଚାଷୀ ହାତୀମାନଙ୍କୁ ଦେଖିଥିଲେ। ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି ବୋଲି ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର କହିଛନ୍ତି।

Advertisment

ଏହି ହାତୀ ପଲରେ ଦୁଇଟି ଦନ୍ତା ଅଛନ୍ତି। ହାତୀ ରହିଥିବା ଚାଷଜମି ଚାରିପାଖରେ ଲୋକମାନେ ଥିବାରୁ ହାତୀ ଯିବାରେ ଅସୁବିଧା ହେଉଛି ବୋଲି ବନ କର୍ମଚାରୀମାନେ କହିଥିଲେ। ସନ୍ଧ୍ୟା ହେବାରୁ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର ଓ ଯୁଧିଷ୍ଠିର ଜାଲଙ୍କ ସମେତ ବନ କର୍ମଚାରୀମାନେ ହାତୀ ଘଉଡ଼ାଇବା ଆରମ୍ଭ କରିଥିଲେ।