କେନ୍ଦ୍ରାପଡ଼ା : ଜଳସ˚ପଦ ବିଭାଗ ମହାନଦୀ ଉତ୍ତର ବିଭାଜନର ପୁନ୍ଦାଳ ସବ୍ଡିଭିଜନ୍ ଅନ୍ତର୍ଗତ ନାରାୟଣପୁର ଉପକଣ୍ଠ ସେକ୍ସନ୍ ଅଫିସ୍ ଭିତରେ ଦୁଇ ଯନ୍ତ୍ରୀଙ୍କ ମଦ ଆସର ଭିଡିଓ ଭାଇରାଲ୍ ଘଟଣାକୁ ନେଇ ଶନିବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘଟଣାରେ ସଂପୃକ୍ତ ଦୁଇ ଯନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଫିସ୍ ଭିତରେ ମଦ୍ୟପାନ କରି ଏଭଳି ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଦୁଇ ଯନ୍ତ୍ରୀଙ୍କୁ କୌଣସି ପରିସ୍ଥିତିରେ କ୍ଷମା ନ ଦେବାକୁ ଏକ ଟୁଇଟ୍ର ଉତ୍ତରରେ ଶ୍ରୀ ଜେନା ବିଭାଗକୁ ଚେତାଇ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଏଭଳି କଡ଼ା ଆଭିମୁଖ୍ୟ ଦୁଇ ଯନ୍ତ୍ରୀଙ୍କ ଅଡ଼ୁଆ ବଢ଼ାଇ ଦେଇଥିବା ବେଳେ ଜଳ ସମ୍ପଦ ବିଭାଗରେ ଆଲୋଡ଼ନ ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/kendrapara-dd.jpg)