ନବ ଦାସ ହତ୍ୟା ମାମଲାର ଘଟଣାକ୍ରମ : ଆରମ୍ଭରୁ ଏଯାବତ୍

ଜାନୁଆରି ୨୯: ବ୍ରଜରାଜନଗର ଗାନ୍ଧୀ ଛକରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା
ଜାନୁଆରି ୩୦: ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ
ଜାନୁଆରି ୩୧: ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ
ଫେବ୍ରୁଆରି ୧: ଅଧ ରାତିରେ ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ୨୨ ଟୁକୁଡ଼ା ହାତଲେଖା ଚିଠି ଜବତ
ଫେବ୍ରୁଆରି ୩: ସିଏଫ୍‌ଏସ୍‌ଏଲ୍‌ ନୂଆଦିଲ୍ଲୀର ଏକ ଟିମ୍‌ ଝାରସୁଗୁଡ଼ା ଆସି ଗୋପାଳର ସ୍ଥିତି ଯାଞ୍ଚ କଲେ
ଫେବ୍ରୁଆରି ୪: ଗୋପାଳକୁ ପୁଣି ୪ ଦିନର ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ
ଫେବ୍ରୁଆରି ୫: ଡିଏମ୍‌ଇଟିଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଆସି ଗୋପାଳର ସ୍ଥିତି ଯାଞ୍ଚ କଲେ
ଫେବ୍ରୁଆରି ୮: ପୁଣି ୫ ଦିନର ରିମାଣ୍ଡ ଆବେଦନ ମଞ୍ଜୁରି
ଫେବ୍ରୁଆରି ୧୧: ଗୁଜରାଟର ଗାନ୍ଧୀନଗରରେ ଗୋପାଳର ନାର୍କୋ ଟେଷ୍ଟ
ଫେବ୍ରୁଆରି ୧୪: ଝାରସୁଗୁଡ଼ା ସବ୍‌ଜେଲ୍‌ରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର ହେଲା ଗୋପାଳ
ଫେବ୍ରୁଆରି ୨୦: ନିମ୍‌ହାନ୍ସରେ ମାନସିକ ସ୍ଥିତି ଯାଞ୍ଚ ପାଇଁ ଜେଏମ୍‌ଏଫ୍‌ସିଙ୍କ ନିକଟରେ ଆବେଦନ ଓ ଖାରଜ
ଫେବ୍ରୁଆରି ୨୨: ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁନଃ ଆବେଦନ
ଫେବ୍ରୁଆରି ୨୭: ଜିଲ୍ଲା ଦୌରା ଜଜ୍‌ ଆବେଦନ ଗ୍ରହଣ କଲେ
ମାର୍ଚ୍ଚ ୩: ଆବେଦନକୁ ଖାରଜ କଲେ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟ
ଏପ୍ରିଲ ୨୫: କ୍ରାଇମ୍‌ବ୍ରାଞ୍ଚ ଆବେଦନକୁ ଖାରଜ କଲା ନିମ୍‌ହାନ୍ସ
ମେ ୨୬: କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ଦାଖଲ କଲା ଚାର୍ଜସିଟ୍‌

ସମ୍ବନ୍ଧିତ ଖବର