ବାରିପଦା: ୧୩ ଓ ୧୪ ତାରିଖ ଦୁଇଦିନ ଧରି ରାଞ୍ଚିର ତନାଭଗତ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଆମନ୍ତ୍ରିତ କରାଟେ ପ୍ରତିଯୋଗିତା ଶେଷ ଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦୦ ଖେଳାଳି ଭାଗ ନେଇଥିଲେ। ମୟୂରଭଞ୍ଜ କରାଟେ ସଂଘ ପକ୍ଷରୁ ୨୮ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇ ପଦକ ହାସଲ କରିଛନ୍ତି। ହରିପ୍ରକାଶ ନାରାୟଣ ରାଉଳ ସ୍ୱର୍ଣ୍ଣ, ଅଂଶୁମାନ ଗିରି ରୌପ୍ୟ, ଲିଓଶ୍ରୀ ସିଂ ରୌପ୍ୟ ପଦକ, ଶ୍ରେୟା ପ୍ରହରାଜ କାଂସ୍ୟ, ଆୟୁଷ ଶତପଥି କାଂସ୍ୟ, ତେଜସ କୁମାର ବେଗ କାଂସ୍ୟ, ବୈଭବ ପତ୍ତନୟକ କାଂସ୍ୟ, ଅଞ୍ଜଳି ଟୁଡ଼ୁ ରୌପ୍ୟ, ଜୟଦୀପ ମହାନ୍ତ କାଂସ୍ୟ, ତେଜସ ବିଶ୍ୱାଳ କାଂସ୍ୟ, ଭବିଷ୍ୟ ପାତ୍ର କାଂସ୍ୟ, ବ୍ରିଜେସ ନାୟକ ରୌପ୍ୟ, ଏସ୍‌ଆର ଶିବା କାଂସ୍ୟ, ପ୍ରୀତମ ପ୍ରିୟାଂଶୁ ସାହୁ କାଂସ୍ୟ, ଶୁଭ୍ରଜିତ ନାୟକ ରୌପ୍ୟ ପଦକ, ସାଇସୁନ୍ଦର ବାରିକ କାଂସ୍ୟ, ସଞ୍ଜୟ କୁମାର ସାହୁ କାଂସ୍ୟ ପାଇଛନ୍ତି।

Advertisment

ସାଇବା ସୁହାଗ ମୁର୍ମୁ କାଂସ୍ୟ, ଜିଜ୍ଞାସା ବାସୁରି ରୌପ୍ୟ, ଗାୟତ୍ରୀ ନାୟକ ରୌପ୍ୟ, ଦୀପକ କୁଅଁର ରୌପ୍ୟ, ପ୍ରିୟଙ୍କା ଦାସ କାଂସ୍ୟ, ସ୍ୱପ୍ନାରାଣୀ ହାଁସଦା କାଂସ୍ୟ, ରାଧୁ ସୋରେନ କାଂସ୍ୟ ପଦକ ହାସଲ କରିଛନ୍ତି। ଜିଲ୍ଲା କରାଟେ ସଂଘର ସମ୍ପାଦକ ସୁଶାନ୍ତ ବାରିକ, ଦଳର ପ୍ରଶିକ୍ଷକ ଏସ୍‌ଆର କ୍ରିଷ୍ଣା, ମ୍ୟାନେଜର ସଞ୍ଜୟ କୁମାର ସାହୁ ଓ ପୁର୍ଣ୍ଣାନନ୍ଦ ବାରିକ ଏହି ଖେଳାଳିମାନଙ୍କ ମାର୍ଗଦର୍ଶନ କରିଥିଲେ। ଏହି ସଫଳତା ପାଇଁ ରାଜ୍ୟ କରାଟେ ସଂଘର ସଭାପତି ଗିରିଶ ଚନ୍ଦ୍ର ଦାଶ, ଜିଲ୍ଲା ସଂଘର ସଭାପତି ସାମ୍ୟରଞ୍ଜନ ମିଶ୍ର, ରାଜ୍ୟ ମାଓତେକା ସଂଘର ସଭାପତି ଅନନ୍ତ ଦାସ, ସମ୍ପାଦକ ଦେବାଶିଷ ଦାସ ଓ ଜିଲ୍ଲା ସିତୋରିୟ କରାଟେ ସଂଘ ର ସଭାପତି କରୁଣାକର ହେମ୍ବ୍ରମ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।