କାଳିଆପାଣି: କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ୫ ନମ୍ବର ୱାର୍ଡ ମାଙ୍କେଡ଼ିଆ ବସ୍ତି ସଂଲଗ୍ନ ହାଣ୍ଡିଆପଡ଼ାରେ ଆଜି ଭୋରୁ ଜଣେ ମହିଳା ସୁଶୀଳା ବାହାଦୁର(୪୫)ଙ୍କ ମୃତଦେହ ଠାବ କରାଯାଇଥିଲା। ଗତକାଲି ଅପରାହ୍ଣରୁ ସେ ସେଇଠି ଭୋକ ଶୋଷରେ ପଡ଼ିରହି ଛଟପଟ ହେଉଥିଲେ ବୋଲି ବସ୍ତି ବାସିନ୍ଦା କହନ୍ତି। ସ୍ବାମୀ ଗିରି ବାହାଦୁର ଓ ସଂପର୍କୀୟମାନେ ଥିଲେ ବି କେହି ଆଡ଼ ଆଖିରେ ଚାହିଁନଥିଲେ। ବିଳମ୍ବିତ ରାତିରୁ ତାଙ୍କ ଆକୁଳ ଚିତ୍କାର ନିରବି ଯାଇଥିଲା। ଘଣ୍ଟାଘଣ୍ଟା ଧରି ଶବ ପଡ଼ି ରହିଥିଲେ ମଧ୍ୟ କେହି ଛୁଇଁ ନଥିଲେ। ଖବର ପାଇଥିଲେ ବି ପୁଲିସ ଚୁପ୍‌ ରହିଥିଲା।

Advertisment

ସ୍ବାମୀଙ୍କୁ ଖୋଜିବାରେ ସେ ମହିଳାଙ୍କୁ ସ୍ବ‌ାମୀ ପରିତ୍ୟକ୍ତା ଆଖ୍ୟାଦେଇ ଦୂରେଇ ଯାଇଥିଲେ। ପୁଅଝିଅଙ୍କ ଦେଖା ମିଳିନଥିଲା। ୧୨ ଘଣ୍ଟା ଧରି ଶବ ପଡ଼ି ରହିଥିଲା। ସ୍ଥାନୀୟ ୱାର୍ଡମେମ୍ବର ଖୁଲଣା ବାରିକଙ୍କ ସ୍ବାମୀ ବାବୁଲି ବାରିକଙ୍କ ନେତୃତ୍ବରେ ଆଶାଗୁଲ୍ଲା ଖାଁ, ଦିଲୀପ ବାହାଦୁର ଓ ଗୁରୁପଦ ନାୟକ ଆଲୋଚନା କରି କୋକେଇ ସଜାଡ଼ିଥିଲେ। ମୂଲିଆ ଲଗାଇ ଶ୍ମଶାନରେ ଗାତ ଖୋଳାଇଥିଲେ। ଶବକୁ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ।