ଭବାନୀପାଟଣା : ଗତ ୩ ତାରିଖ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୪ ତାରିଖ ବିଜୟାଦଶମୀରେ ଲାଖମରା ଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହି ଦିନ ସାଢ଼େ ୩ଟାରେ ମା’ଙ୍କ ଛତ୍ରକୁ ଜେନାବାଦ୍ୟର ତାଳେ ତାଳେ ସହରର ପଶ୍ଚିମ ଉପକଣ୍ଠରେ ଥିବା ନକଟିଗୁଡ଼ା ସ୍ଥିତ ଲାଖମରା ପଡ଼ିଆକୁ ନିଆଯାଇଥିଲା। ସେଠାରେ ଏକ ଅସ୍ଥାୟୀ ମଣ୍ଡପରେ ଛତ୍ରକୁ ସ୍ଥାପନ କରି ସ୍ୱତନ୍ତ୍ର ପୂଜା ଓ ବଳି ଅର୍ପଣ ପରେ ମହାରାଜା ଅନନ୍ତ ପ୍ରତାପ ଦେଓ ଆଳତି ଦର୍ଶନ କରିଥିଲେ। ପରେ ଲାଖମରା ପ୍ରତିଯୋଗିତା ଆରମ୍ଭ ହୋଇଥିଲା।
ଏକ ଉଚ୍ଚ ସ୍ଥାନରେ ବାଉଁଶରେ ବନ୍ଧା ଯାଇଥିବା ଦେବୀଙ୍କ ଲାଖକୁ ବନ୍ଧୁକରେ ଲକ୍ଷ୍ୟ ଭେଦ କରିବା ନିମନ୍ତେ ମହାରାଜାଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପୂର୍ବତନ ସାଂସଦ ତଥା ରାଜପରିବାର ସଦସ୍ୟ ଅର୍କ କେଶରୀ ଦେଓଙ୍କ ପୁତ୍ର କୁମାର ଫତେ କେଶରୀ ଦେଓ ବନ୍ଧୁକରେ ଲକ୍ଷ୍ୟ ଭେଦ କରି ବିଜୟୀ ହୋଇଥିଲେ। ଲାଖମରା ସରିବା ପରେ ଦେବୀଙ୍କ ଛତର ଜେନାବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ମା’ ମାଣିକେଶ୍ୱରୀଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/lakhabindha.jpg)